ଜିଲ୍ଲାପ୍ରଶାସନର ଦ୍ୱାରସ୍ଥ ହେଲେ ସ୍ୱୟଂ ସହାୟିକା ଗୋଷ୍ଠୀର ବହୁ ମହିଳା

ଛତ୍ରପୁର, (ଦେବଦତ୍ତ ମହାରଣା) :-ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ମୁଣ୍ଡମରାଇ ରେ ଥିବା ଛତୁଆ ପ୍ରସ୍ତୁତି ପାଇଁ ମହାଲିଙ୍ଗେଶ୍ୱର ଏସଏଚଜିକୁ ଦାୟିତ୍ୱ ଦିଆଯାଇଥିଲା । ହେଲେ, ଗତ ଏକ ମାସ ହେଲା ଏହାକୁ ବଦଳାଇ ଅନ୍ୟ ଏକ ଏସଏଚଜିକୁ ଦାୟିତ୍ୱ ପ୍ରଦାନ କରାଯାଇଥିବାରୁ ବୁଧବାର ଗଞ୍ଜାମ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି ଧରାକୋଟ ବ୍ଲକର ମହାଲିଙ୍ଗେଶ୍ୱର ସ୍ୱୟଂ ସହାୟିକା ଗୋଷ୍ଠୀର ବହୁ ମହିଳା । ସେମାନେ ଦୀର୍ଘ ୧୧ ବର୍ଷ ଧରି ନିଜେ ଛତୁଆ ପ୍ରସ୍ତୁତ କରୁଥିବା ବେଳେ ଗତ ୧ ମାସ ହେଲା ଆସିକା ବ୍ଲକର ମା ମହାମାୟୀ ଏସଏଚଜିକୁ ଛତୁଆ ପ୍ରସ୍ତୁତି ପାଇଁ ଦିଆଯାଇଛି । ଏହାକୁ ବିରୋଧ କରି ସେମାନେ ଏହି କାର୍ଯ୍ୟ ପୁଣି ସେମାନଙ୍କୁ ଫେରାଇ ଦେବା ପାଇଁ ଏକ ସ୍ମାରକ ପତ୍ର ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି । ଛତୁଆ ପ୍ରସ୍ତୁତ କରିବା ପାଇଁ ସେମାନେ ବହୁ ଟଙ୍କା ଖର୍ଚ୍ଚ କରିଥିଲେ । ବର୍ତ୍ତମାନ ସେମାନଙ୍କ ଠାରୁ ଏହି କାମ ଛଡାଇ ନେବା ପରେ ସେମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଥିବା ଏହି ଦାବି ପତ୍ର ରେ ଦର୍ଶାଇଛନ୍ତି । ଏହି ଦାବିପତ୍ର ପ୍ରଦାନ ବେଳେ ମହାଲିଙ୍ଗେଶ୍ୱର ସ୍ୱୟଂ ସହାୟିକା ଗୋଷ୍ଠୀର ସଭାନେତ୍ରୀ ପ୍ରମିଳା ଗୌଡ, ସମ୍ପାଦିକା ରୀନା ଗୌଡ, ପୁଷ୍ପାଞ୍ଜଳୀ ଡାକୁଆ, ଆରତୀ ଗୌଡ, ମଲ୍ଲୀ ଦାସ, କୌଶଲ୍ୟା ଦାସ, ନର୍ମଦା ଡାକୁଆ, ନମିତା ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ