ସମାଜସେବୀଙ୍କ ହୃଦ୍ଘାତରେ ପରଲୋକ
ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ଇଛାପୁର ଗ୍ରାମର ସମାଜସେବୀ ବଳରାମ ପୃଷ୍ଟି(୭୮)ଙ୍କର ହୃଦଘାତରେ ଶନିବାର ପରଲୋକ ଘଟିଛି । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ମରଶରୀର ଗ୍ରାମରେ ପହଞ୍ôଚବା ପରେ ସରପଞ୍ଚ ରଞ୍ଜନ କୁମାର ସାହୁ, ପଞ୍ଚାୟତ ବିଜେଡି ସଭାପତି ଭୀମସେନ ସାମଲ, ପରେଶ ଚନ୍ଦ୍ର ନାୟକ, ଇଛାପୁର ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବିନ୍ଦ୍ର ଜେନା, ପଞ୍ଚାୟତ କଂଗ୍ରେସ ସଭାପତି ବିଷ୍ଣୁମୋହନ ପଣ୍ଡା, ଜଗନ୍ନାଥ ନାୟକ, ଶ୍ରୀକାନ୍ତ ସାହୁ, ଗୟାଧର ଜେନା, ମଣ୍ଟୁ ପ୍ରଧାନ, ଅରବିନ୍ଦ ବିଶ୍ୱାଳ, ଅଶୋକ ବେହେରା, ନିତ୍ୟାନନ୍ଦ ମଣ୍ଡଳ, ରାଜେନ୍ଦ୍ର ବେହେରାଙ୍କ ସମେତ ବହୁମାନ୍ୟଗଣ୍ୟ ବ୍ୟକ୍ତି ଶେଷ ଦର୍ଶନ କରିବା ସହ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରେ ମରଶରୀରକୁ ଗ୍ରାମ ପରିକ୍ରମା କରାଯାଇ ଅନ୍ତିମ ସତ୍କାର କରାଯାଇଥିଲା । ଜ୍ୟୋଷ୍ଠ ପୁତ୍ର ଅନାଦି ମୁଖାଗ୍ନି ଦେଇଥିଲେ ।