ଗୁରୁ ଗୌରବ ସମ୍ବର୍ଦ୍ଧନା ସମାରୋହ ଉଦ୍ଯାପିତ
ବନ୍ତ, (ଚାନ୍ଦିନୀ ମହାନ୍ତି) : ଗୁରୁ ଓ ଛାତ୍ରର ଅନନ୍ୟ ସଂପର୍କ ଆଧାରରେ ବନ୍ତ ବ୍ଲକ ଛୟାଳସିଂ ପଞ୍ଚାୟତ ମଙ୍ଗୁଲିସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୁରାତନ ଛାତ୍ର ସଂସଦ ପକ୍ଷରୁ ଗୁରୁ ଗୌରବ ସମ୍ବର୍ଦ୍ଧନା ସମାରୋହ କୋଭିଡ୍ ନିୟମ ମଧ୍ୟରେ ପାଳିତ ହୋଇଯାଇଛି । ଏହି ଅବସରରେ ସେବା ନିବୃତ୍ତ ୧୮ ଜଣ ଅବସରପ୍ରାପ୍ତ ଶିକ୍ଷକଙ୍କୁ ମାନପତ୍ର ଓ ଉତ୍ତରୀୟ ଓ ୧୫ ଜଣ କାର୍ଯ୍ୟରତ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ନିରାକର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବନ୍ତ ଆଞ୍ଚଳିକ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଶୁଭେନ୍ଦ୍ର କୁମାର ମିଶ୍ର, ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ପ୍ରବଚକ ସଂଗ୍ରାମ ଆଚାର୍ଯ୍ୟ, ସମ୍ମାନୀତ ଅତିଥି ଭାବେ ଭାସ୍କର ଚନ୍ଦ୍ର ପାଢୀ, ମଙ୍ଗରାଜ ଧର୍ମେନ୍ଦ୍ର ନାରାୟଣ ଜେନା, ଅଭୟ କୁମାର ପ୍ରଧାନ, ରମାକାନ୍ତ ରାଉତ, ରମାକାନ୍ତ ଜେନା, ସରପଞ୍ଚ ଚିନ୍ତାମଣି ଘଡାଇ, ସିଆରସିସି ରାମ ଚନ୍ଦ୍ର ଜେନା ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ସୁକାନ୍ତ କୁମାର ବେହେରା ବିବରଣୀ, ମାନପତ୍ର ପଠନ ଓ ଅମରେଶ ଚନ୍ଦ୍ର ପଣ୍ଡା ଛାତ୍ରଛାତ୍ରୀଙ୍କ କୃତିଫଳକ ପାଠ କରିଥିଲେ । ରମାକାନ୍ତ ଜେନା ଅତିଥି ପରିଚୟ ଓ ସଞ୍ଜୀବ୍ ଘଡାଇ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଦେବାଶିଷ ଘଡାଇ, ଗୁଣମଣି ଘଡାଇ, ଭବାନୀ ଶଙ୍କର ବିଶ୍ୱାଳ, ହରେକୃଷ୍ଣ ପରିଡା, ସୋମନାଥ ବିଶ୍ୱାଳ, ବିଜୟ ପତି, ପ୍ରଶାନ୍ତ ରାଉତ, ସତ୍ୟବ୍ରତ ବିଶ୍ୱାଳ, ନିଳମଣି ଘଡାଇ, ଲୋକନାଥ ପୁହାଣ, ସିଦ୍ଧାର୍ଥ କର, ସୁବ୍ରତ ରାଉତ, ଜୟନ୍ତ ପୁହାଣ, ଜ୍ୟୋର୍ତିବାଳା ବିଶ୍ୱାଳ, ସୌମ୍ୟ ରଂଜନ ରାଉତ, ସଞ୍ଜୟ ଦାଶ, ସୁବ୍ରତ କର, ପୂଜା ଘଡାଇ, ନିରଞ୍ଜନ ଦାଶ, ସୁଭଦ୍ରା କର, ବିକାଶ ପରିଡା, ଦୀଲିପ ଘଡାଇ, ତାପସ ଘଡାଇ, ଚନ୍ଦନ ଘଡାଇ, ମହେନ୍ଦ୍ର କର, ନୃସିଂହ ନାଥ, ସଂଯୁକ୍ତା କର, ମହେଶ୍ୱର ସାହୁ, ବିଭୁତିଭୂଷଣ ପଣ୍ଡା, ଅଣାକର ଜେନା, ସୁଶାନ୍ତ ପତି, ବାସୁଦେବ ନାୟକ, ସୁଧିର ପରିଡା, ସଞ୍ଜୟ ପରିଡାଙ୍କ ସମେତ ଗ୍ରାମବାସୀ ମାନେ ସହଯୋଗ କରିଥିଲେ ।


