ସମାଜସେବୀ ସଂଗଠନର ପ୍ରତିଷ୍ଠା ଦିବସ ଅନୁଷ୍ଠିତ

ଘଟଗାଁ, (ନାରାୟଣ ପଲେଇ) :କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଅନ୍ତର୍ଗତ ଗଦାଧରପୁର୍ ଗ୍ରାମସ୍ଥ ରଜ ମହୋତ୍ସବ ମଂଚରେ ଆଜି କେନ୍ଦୁଝର ଜିଲ୍ଲାର ସମାଜସେବି ସଙ୍ଗଠନ ଗୁଡିକର ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଷ୍ଠା ଦିବସର ଜିଲ୍ଲା ତଥା ଜିଲ୍ଲା ବାହାରୁ ଆସିଥିବା ୩୦ ଟି ସମାଜସେବୀ ସଙ୍ଗଠନ ଏକତ୍ରିତ ହୋଇଥିଲେ । ଏହି କାର୍ଯ୍ୟରେ ଅତିଥି ଭାବେ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଦୈତାରୀ ନାଏକ, ପଣ୍ଡିତ ଜୀତୁ ଦାସ୍‌, ଘଟଗାଁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସାଧିକାରୀ ଡଃ ମୁକ୍ତିକାନ୍ତ ନାୟକ, ଘଟଗାଁ ବ୍ଲକ୍ ଏବିଡିଓ ତଥା ଯୁବ କବି ଚିତରଞନ ନାୟକ, ଅଭୀମନ୍ୟୁ ଦାସ, ଭକ୍ତବତ୍ସଳ ମହାନ୍ତି, ସମାଜସେବି ସରୋଜ୍ ସାହୁ ପ୍ରମୁଖ ଯୋଗ ଦେଇ ଏକ୍ରତିତ ହୋଇଥିବା ବିଭିନ୍ନ ସମାଜସେବୀ ସଂଗଠନର ସଦସ୍ୟ ମାନଙ୍କୁ ନିଜ ନିଜର ବକ୍ତବ୍ୟ ମାଧଯ୍ୟରେ ଅନେକ ପ୍ରେରଣାଦାୟୀ କଥା କହିଥିଲେ । ତେବେ ଆଜିର ପ୍ରତିଷ୍ଠା ଦିବସରେ ମୁଖ୍ୟ ପ୍ରସଙ୍ଗ ଥିଲା କୋରୋନା ସଚେତନତା । ଯେହେତୁ ବର୍ତମାନ ଦିନରେ ଆମେ କୋରୋନାର ତୃତୀୟ ଲହରକୁ ସାମ୍ନା କରିବାକୁ ଯାଉଛନ୍ତି, ତାହାକୁ ଦୃଷ୍ଟିରେ ରଖି ଆଜିର ଏହି ସମାଜସେବୀ ପ୍ରତିଷ୍ଠା ଦିବସରେ ମୁଖ୍ୟ ପ୍ରସଙ୍ଗ ଭାବେ ଆଲୋଚନା ହୋଇଥିଲା । ଏଥିରେ ଅତିଥି ହୋଇ ଆସିଥିବା ଘଟଗାଁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସାଧିକାରୀ ଡଃ ମୁକ୍ତିକାନ୍ତ ନାୟକ ତାଙ୍କର ଭାଷଣ ମାଧ୍ୟମରେ କୋରୋନା ସଚେତନତା ବାର୍ତା ପ୍ରଦାନ କରିଥିଲେ । ଅନ୍ୟପକ୍ଷରେ ଅନ୍ୟ ଅତିଥି ମାନେ ମନେ ମଧଯୟ ସମାଜ ସେବାକୁର ଅଗ୍ରଗତି ନିମନ୍ତେ ଅନେକ ପ୍ରେରଣାଦାୟୀ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ପ୍ରତିଷ୍ଠା ଦିବସରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ଆଜି ସମାଜସେବୀ ସଙ୍ଗଠନ ଗୁଡିକୁ କେନ୍ଦୁଝର ଜିଲ୍ଲା ସମାଜସେବୀ ସଂଗଠନ ପକ୍ଷରୁ ସମ୍ମାନୀତ କରାଯାଇଥିଲା । ଏହି ପ୍ରତିଷ୍ଠା ଦିନସକୁ କେନ୍ଦୁଝର ଜିଲ୍ଲା ସମାଜସେବୀ ସଂଗଠନ ଆୟୋଜନ କରିଥିବା ବେଳେ ଉମାକାନ୍ତ ରାଉତ୍‌, ମାନସ୍ ରଞନ ପଣ୍ଡା, ଓମ୍ ପ୍ରକାଶ ସାହୁ ଓ ସୁବାଶ ସାହୁ ସମେତ କେନ୍ଦୁଝର ଜିଲ୍ଲା ସମାଜସେବୀ ସଙ୍ଗଠନର ସମସ୍ତ କର୍ମକର୍ତା ଏହି କାର୍ଯ୍ୟକ୍ରମରେ ସହେଯାଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ