ସମାଜସେବୀ ସରିତା ପଣ୍ଡାଙ୍କୁ ସମ୍ବର୍ଦ୍ଧନା

ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ୍) : ସମାଜସେବୀ ସରିତା ପଣ୍ଡାଙ୍କୁ ତାଙ୍କର ବାସଭବନରେ ଜିଲ୍ଲା ଯୋଜନା ବୋର୍ଡର ଅଧକ୍ଷ ଡ : ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଓ ବ୍ରହ୍ମପୁର ମହାନଗର ନିଗମର ଚେୟାରମ୍ୟାନ ୍ ସୁବାସ ଚନ୍ଦ୍ର ମହାରଣା ବାସ ଭବନକୁ ଆସି ଜଣେ ଅସାଧାରଣା ନାରୀ ପ୍ରତିିଭା ଭାବେ ସରିତା ପଣ୍ଡାଙ୍କୁ ୁ ସମ୍ଭର୍ଦ୍ଧିତ କରିଛନ୍ତି । ସମାଜସେବୀ ସମେତ ସେ ଏକାଧାରରେ ତାଙ୍କ ଜୀବନ ମଧ୍ୟରେ ଆୟୁର୍ବେଦ ସମ୍ଭନ୍ଧୀୟ ଜ୍ଞାନର ପ୍ରସାର ଓ ସାହିତ୍ୟ ସୂତ୍ରରେ ଜୀବନ ଦର୍ଶନର ବାର୍ତ୍ତା ,ମାଟି ହାଣ୍ଡିରେ ରୋଷେଇ ପ୍ରଭାବରେ ବିଭିନ୍ନ ରୋଗରୁ ମୁୁକ୍ତି ,ସମାଜ ମଧ୍ୟରେ କିପରି ସୁସମ୍ପର୍କ ଗଠନ କରିପାରିବା ଓ କୁମ୍ଭାର ମାନଙ୍କର ଥଇଥାନ ନିମନ୍ତେ ମାଟିର ଉପହାର ,ସମାଜରେ ବସବାସ କରୁଥିବା ଲୋକମାନଙ୍କର ଶାରିରୀକ ଓ ମାନସିକ ସ୍ତରରେ କିପରି ସମସ୍ୟା ଓ ତାର ନିରାକରଣ ସହ ସମାଜସେବା ପାଇଁ ସରିତା ପଣ୍ଡାକୁ ସମ୍ଭର୍ଦ୍ଧନା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ