ସମାଜସେବୀ ସ୍ୱର୍ଗତା ମଞ୍ଜୁଲତା ମହାନ୍ତିଙ୍କ ସ୍ମୃତିଚାରଣ ସଭା

ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ନିଳୋକ ଗ୍ରାମର ସମାଜସେବୀ ସ୍ୱର୍ଗତା ମଞ୍ଜୁଲତା ମହାନ୍ତିଙ୍କ ଏକାଦଶାହ ଅବସରରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ବଟକୃଷ୍ଣ ମହାନ୍ତି, ସରପଞ୍ଚ ଅଶୋକ ମହାନ୍ତି, ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ କଂଗ୍ରେସ ନେତା ସୁବ୍ରତ ଦାସ, ବ୍ଲକ କଂଗ୍ରେସ ଉପସଭାପତି ନିରଞ୍ଜନ ମଲ୍ଲିକ, ମଣିଭଦ୍ର ବିଶ୍ୱାଳ, ପଞ୍ଚାୟତ ବିଜେପି ନେତା ହରେକୃଷ୍ଣ ସେନାପତି, ଉଦ୍ଧବ ଚରଣ ସେଠୀ, ନିଳୋକ ହାଇସ୍କୁଲର ପ୍ରଧାନ ଶିକ୍ଷକ ଦୁର୍ଯ୍ୟଧନ ଜେନା, ଶିକ୍ଷକ ସୁଧାକର ପଣ୍ଡା, ସନାତନ ନାୟକ, ସାମ୍ବାଦିକ ସଂଗ୍ରାମ କେଶରୀ ଜେନା, ଜ୍ଞାନଦା ପ୍ରସାଦ କରଶର୍ମା, ରମେଶ ଚନ୍ଦ୍ର ପତି, ମାର୍କଣ୍ଡ ଧଡା, ଅକ୍ଷୟ କୁମାର ଦାସ, ମାର୍କଣ୍ଡ ବେହେରା, ପ୍ରଶାନ୍ତ କୁମାର ସାହୁ, ସୁକାନ୍ତ କୁମାର ଜେନା, ରବିନ୍ଦ୍ର କୁମାର ସେଠୀ, ଜଗନ୍ନାଥ ପଳତା, ରବିନ୍ଦ୍ର ଓଝା, ସମ୍ବିତ୍ କୁମାର ପଣ୍ଡା, ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ରାଉତ, ରବିନ୍ଦ୍ର କୁମାର ଶଂଖୁଆ, ଅଭିମନ୍ୟୁ ସେନାପତି, ମନୋଜ କୁମାର ଶଂଖୁଆ, ଅରୁଣ କୁମାର ବାରିକ, କିଶୋର ବେହେରା, ହୃଷିକେଶ ସାହୁ, ପଧାନପଡା ସମିତିର ସମ୍ପାଦକ ନାରାୟଣ ସାହୁ ଯୋଗ ଦେଇ ସ୍ୱର୍ଗତା ମହାନ୍ତି ଜଣେ ପରୋପକାରୀ ଓ ସମାଜସେବୀ ମହିଳା ଥିଲେ । ଗତ ୨୦୧୭ ମସିହା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସେ ବିଜେଡି ସମର୍ଥନରେ ପ୍ରତିଦ୍ୱନ୍ଦିତା କରି ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ତାଙ୍କ ଅକାଳ ବିୟୋଗରେ ନିଳୋକ ପଞ୍ଚାୟତରେ ଅପୁରଣୀୟ କ୍ଷତି ହୋଇଛି ବୋଲି ଅତିଥି ମାନେ କହିଥିଲେ । ପ୍ରାରମ୍ଭରେ ଅତିଥି ମାନେ ସ୍ୱର୍ଗତା ମହାନ୍ତିଙ୍କ ଫଟୋ ଚିତ୍ରରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ