ସମାଜସେବୀ ହରେକୃଷ୍ଣ ଧଳଙ୍କ ପରଲୋକ

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଳକ କଳିଗାଁ ପଞ୍ଚାୟତ ରଘୁନାଥପୁର ଗ୍ରାମର ହରେକୃଷ୍ଣ ଧଳଙ୍କ ୮୨ବର୍ଷ ବୟସରେ ପରଲୋକ ଘଟିଛି। ସେ ଜଣେ ସମାଜସେବୀ, ପରୋପକାରୀ ତଥା ସଫଳ ଚାଷୀ ଭାବେ ପରିଚିତ ଥିଲେ। ତାଙ୍କ ପରଲୋକ ଖବର ପାଇ ପୂର୍ବତନ ସରପଞ୍ଚ ପୀତବାସ ଯେନା, ମଧୁସୂଦନ ମହାପାତ୍ର, ନାରାୟଣ ମହାପାତ୍ର, ନିରାକାର ମହାପାତ୍ର, ନାରଦ ଖଣ୍ଡେଇ, ବିମଳ ପାତ୍ର, ବୁଦ୍ଧଦେବ ଯେନା, ଶିକ୍ଷାବିତ କପିଳ ଚନ୍ଦ୍ର ପ୍ରଧାନ, କାଳନ୍ଦୀ ରାଉତ, ଉଦ୍ଧବ ସାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ। ପରେ ତାଙ୍କ ମର ଶରୀରକୁ ଗ୍ରାମ ପରିକ୍ରମା କରାଇବା ପରେ ଗାଁସୁଶାନରେ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଥିଲା। ପୁଅ ଅକ୍ଷୟ ଧଳ ମୁଖାଗ୍ନି ଦେଇଥିବା ବେଳେ ଅଜୟ ଧଳ, ଅଭୟ ଧଳଙ୍କ ସମେତ ଗ୍ରାମବାସୀ ଓ ବନ୍ଧୁ ପରିଜନ ମାନେ ସଂସ୍କାର କାର୍ଯ୍ୟରେ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ