ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ

ବେଲଗୁଣ୍ଠା,(ଯୁଗାବ୍ଦ ନ୍ୟୁଜ୍‌): ବେଲଗୁଣ୍ଠା ବୁଢ଼ାକେନ୍ଦୁ ଶିଳ୍ପ ତାଲିମ କେନ୍ଦ୍ରରେ ପୁରାତନ ଛାତ୍ର ମାନଙ୍କୁ ନେଇ ଏକ ସମାବର୍ତ୍ତନ ଉତ୍ସବ ରବିବାର ଅନୁଷ୍ଠିତ ହୋଇଯାଇଅଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ରୁପେ ସ୍ଥାନୀୟ ବିଦ୍ୟୁତ ବିଭାଗର ଅନୁଜ ଯନ୍ତ୍ରୀ ଇଂ ଚିତ୍ତରଞ୍ଜନ ପାତ୍ର ଯୋଗଦେଇ ଛାତ୍ର ମାନଙ୍କୁ ଛାତ୍ର ମାନେ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ ।କୃତିତ୍ୱ ଅର୍ଜନ କରିଥିବା ଛାତ୍ର ମାନଙ୍କୁ ପୁରସ୍କୃତ କରାଯାଇଥିଲା ।ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟୁତ୍ ବିଭାଗ କର୍ମଚାରୀ ଲକ୍ଷ୍ମୀଧର ପଣ୍ଡା, ଅନୁଷ୍ଠାନର କର୍ମଚାରୀ ଓ ଶିକ୍ଷକ ବୃନ୍ଦ ଉପସ୍ଥିତ ଥିଲେ ।ସଂପାଦକ ଚିତ୍ତରଞ୍ଜନ ରଥ ଏବଂ ରମେଶ ଚନ୍ଦ୍ର ମହାପାତ୍ର ପ୍ରମୁଖ ଉକ୍ତ ଉତ୍ସବକୁ ସୁପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ