ସମ୍ପତି ଭାଗବଣ୍ଟାକୁ ନେଇ ୨ଭାଇଙ୍କ ମଧ୍ୟରେ ମରଣାନ୍ତକ ଆକ୍ରମଣ

ପାରଳାଖେମୁଣ୍ଡି (ତାରିଣୀ ପ୍ରସାଦ ପଣ୍ଡା) :ଆର୍‌.ଉଦୟଗିରି ବ୍ଲକ ପରିସଲ ପଞ୍ଚାୟତର ଝଡପଡା ଗ୍ରାମରେ ସମ୍ପତ୍ତି ଭାଗବଣ୍ଟାକୁ ନେଇ ଏକ ମରଣାନ୍ତକ ଆକ୍ରମଣ ଘଟିଯାଇଛି । ଏଠାରେ ସୂଚନା ଯୋଗ୍ୟ ଝାଡପଡା ଗ୍ରାମର ଦୁଇଭାଇ ଦେବରାଜ କାର୍ଯୀ ଏବଂ ବିପ୍ର କାର୍ଯୀ ସେମାନଙ୍କର ପୌତୃକ ସମ୍ପତ୍ତିକୁ ସେହି ଗ୍ରାମର ୱାର୍ଡ ମେମ୍ବର ବାବୁଲା ନାୟକ ଦୁଇବର୍ଷତଳେ ଭାଗ ବାଣ୍ଟିଥିଲେ । କୌଣସି କାରଣ ବସତଃ ପ୍ରାୟ ଦୁଇ ବର୍ଷ ବ୍ୟବଧାନ ପରେ ଏହି ଦୁଇଭାଇଙ୍କ ମଧ୍ୟରେ ସମ୍ପତ୍ତିକୁ ନେଇ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା । ଗତକାଲି ମଙ୍ଗଳବାର ଦିନ ୧୧ଘଣ୍ଟା ସମୟରେ ବଡଭାଇ ଦେବରାଜଙ୍କ ସ୍ତ୍ରୀ କମଳା କାର୍ଯୀ ନିଜଘର କାନ୍ଥ ଭାଙ୍ଗି ରାସ୍ତା କରିବାବେଳେ ପଛପଟରୁ ଦିଅର ବିପ୍ର କାର୍ଯୀ ଏକ ଧାରୁ ଆକାତି ସାହାଯ୍ୟରେ କମଳାଙ୍କ ମୁଣ୍ଟକୁ ପ୍ରହାର କରିଥିଲେ । ସେ ଗୋଟେ ପରେ ଗୋଟେ ଚୋଟ ପକାଇ ଫେରାର ହୋଇଯାଇଥିଲେ । ରକ୍ତ ଜୁଡୁବୁଡୁ ହୋଇ କମଳା ଅଚେତ ହୋଇପଡିଯାଇଥିଲେ । ଖବରପାଇ ସ୍ୱାମୀ ଦେବରାଜ କାର୍ଯୀ ସେହି ଗ୍ରାମର ମହାଙ୍କାଳ କାର୍ଯୀ, ମାଣିକ ନାୟକଏବଂ ଚକ୍ରଧର ଦଳାଇ ଏକ ଅଟୋ ସାହାର୍ଯ୍ୟରେ କମଳାଙ୍କୁ ରାମଗିରିସ୍ଥିତ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ସରିବାପରେ ତାଙ୍କୁ ଅଟୋ ସାହାର୍ଯ୍ୟରେ ଆର୍‌.ଉଦୟଗିରି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇ ସେଠାରେ ତାଙ୍କ ଚିକିତ୍ସା କରାଯାଇଥିଲା । ଏ ସମ୍ପର୍କରେ ରାମଗିରି ଥାନାରେ ଏକ ମାମଲା ରୁଜୁ ହୋଇ ମାମଲାର ତଦନ୍ତ ଚାଲୁରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ