ସମ୍ବର୍ଦ୍ଧନାରେ ପାତର ଅନ୍ତର ଅଭିଯୋଗ ନିନ୍ଦା କଲେ ସ୍ୱେଚ୍ଛାସେବୀ ସଂଗଠନ

ପାରାଦ୍ୱୀପ, (ପିତବାସ ପ୍ରଧାନ):ବିଶ୍ୱମହାମାରୀ କରୋନା ବିରୁଦ୍ଧରେ ସମଗ୍ର ଦେଶ ଲଢୁଛି । କରୋନା ବିରୁଦ୍ଧରେ ଲଢେଇରେ ପ୍ରଶାସକ, ଡାକ୍ତର, ପୋଲିସ, ସାମ୍ବାଦିକ ଓ କିଛି ସ୍ୱେଚ୍ଛାସେବୀ ସଂଗଠନ ଅହିନିଶି ସେବା କରିଚାଲିଛନ୍ତି । ଗତ ଶନିବାର ଦିନ ପାରାଦ୍ୱୀପ ର ବିଜୁ ମେମୋରିଆଳ ଟ୍ରଷ୍ଟ ପକ୍ଷରୁ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଏକ ନିର୍ଦ୍ଧିଷ୍ଟ ଟ୍ରଷ୍ଟକୁ ସମ୍ବର୍ଦ୍ଧିତ କରାଯାଇଥିଲା । ଯାହାକୁ ନେଇ ପାରାଦ୍ୱୀପରେ ଲକ୍‌ଡାଉନ ଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ କରୋନା ବିରୋଧି ଲଢେଇ ରେ ସାମିଲ ଅନ୍ୟ ଟ୍ରଷ୍ଟ ମାନେ ଏହାକୁ ନିନ୍ଦା କରିଛନ୍ତି । ପାରାଦ୍ୱୀପ ର ସାଥି ଟ୍ରଷ୍ଟ କେୟାର ଆଣ୍ଡ ସେୟାର ଟ୍ରଷ୍ଟ, ଆଦର୍ଶ ପ୍ରୟାସ ଭଳି ସଂଗଠନ କରୋନା ବିରୋଧି ଲଢେଇ ରେ ସାମିଲ ଥିବା ବନ୍ଦର ଅନ୍ତେବାସୀ ଭଲଭାବେ ଜାଣନ୍ତି । ଏହି ଟ୍ରଷ୍ଟର ସଦସ୍ୟମାନେ ସକାଳେ, ମଧ୍ୟାହ୍ନ ଓ ରାତିରେ ମାନସିକ ବିକାରଗ୍ରସ୍ତ, ପ୍ରବାସୀ ଶ୍ରମିକ ମାନଙ୍କ ସମେତ ପଶୁ ପକ୍ଷୀଙ୍କୁ ଖାଦ୍ୟ ଯୋଗାଇ ଥାଆନ୍ତି । ଏପରିକି ମହାବାତ୍ୟା ଅମ୍ଫାନ ରେ ପ୍ରବଳ ବର୍ଷା ପବନରେ କେୟାର ଆଣ୍ଡ ସେୟାର ଟ୍ରଷ୍ଟର ସଦସ୍ୟ ମାନେ ନିଜ ଜୀବନକୁ ବିପନ୍ନ କରି ବିଭିନ୍ନ ଆଶ୍ରୟସ୍ଥଳରେ ଥିବା ଲୋକମାନଙ୍କୁ ଖାଦ୍ୟ ବଣ୍ଟନ କରିଥିଲେ । ହେଲେ ବିଜୁ ପଟ୍ଟନାୟକ ମେମୋରିଆଲ ଟ୍ରଷ୍ଟ ଏସବୁ ସଂଗଠନ ଅଣଦେଖା କରି ଏକ ନିଦ୍ଧିଷ୍ଟ ସଂଗଠନକୁ ସମ୍ବର୍ଦ୍ଧନା କରିବାକୁ ନା ପସନ୍ଦ କରିଛନ୍ତି । ସାଥିଟ୍ରଷ୍ଟର ସଭାପତି ରାଜେନ୍ଦ୍ର କୁମାର ଶୁକ୍ଳ । ରାଜେନ୍ଦ୍ର କହିଛନ୍ତି ପାରାଦ୍ୱୀପରେ ଥିବା କ୍ୱାରେନ୍‌ଟାଇନ୍ ସେଣ୍ଟର (ଟ୍ରେଡ୍ ସେଣ୍ଟର) ରେ ସେ ପ୍ରତ୍ୟହ ଯୋଗ ଶିକ୍ଷା ଦେଉଛନ୍ତି । ସକାଳୁ ରାତି ପର୍ଯ୍ୟନ୍ତ ସେଠାରେ ମେଡିସିନ୍ ଆଣି ଦେବା, ସେମାନଙ୍କୁ ଗାଁରେ ନେଇ ଛାଡିବା କାର୍ଯ୍ୟରେ ଲାଗି ରହିଛନ୍ତି । ହେଲେ କଣ ପାଇଁ ତାଙ୍କ ସଂଗଠନକୁ ସମ୍ବର୍ଦ୍ଧନା ଦିଆଗଲା ନାହିଁ ସେନେଇ ପ୍ରଶ୍ନ ଉଠାଇଛନ୍ତି । ଏହା ଦ୍ୱାରା ଅନ୍ୟ ସଂଗଠନ ଗୁଡିକ ମନୋବଳ ଭାଙ୍ଗିପଡିବ ବୋଲି ରାଜେନ୍ଦ୍ର ଦୁଃଖର ସହ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ