ସମ୍ବାଦପତ୍ର ବିତରକ ଚିହ୍ନଟ ପାଇଁ ଦରଖାସ୍ତ ଆହ୍ୱାନ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଓଡିଶା ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ୱାରା ରାଜ୍ୟର ସମ୍ବାଦପତ୍ର ବିତରକ(ନିଉଜ ପେପର ହକର) ଚିହ୍ନଟ ପ୍ରକ୍ରୀୟା ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାରେ ସେମାନଙ୍କୁ ପ୍ରଥମ ପର୍ଯ୍ୟାୟରେ ୩ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ । କେନ୍ଦ୍ରାପଡା ଜିଲ୍ଲାର ସମସ୍ତ ଜିଲ୍ଲା ସ୍ତରୀୟ, ଉପଖଣ୍ଡ ସ୍ତରୀୟ ଏବଂ ବ୍ଲକ ସ୍ତରୀୟ ସମ୍ବାଦପତ୍ର ବିତରକମାନଙ୍କୁ ସେମାନଙ୍କର ସମସ୍ତ ତଥ୍ୟ ପ୍ରଦାନ ନିମନ୍ତେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟରୁ ଦରଖାସ୍ତ ନେଇ ଡିସେମ୍ବର ୫ତାରିଖ ସୁଦ୍ଧା ପୈଠ କରିବାକୁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଉପନିର୍ଦେଶକ, କେନ୍ଦ୍ରାପଡା ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ