ସମ୍ବାଦ ସାହିତ୍ୟ ଘର ଭଞ୍ଜନଗରର ବାର୍ଷିକ ଉତ୍ସବ ପ୍ରସ୍ତୁତି ବୈଠକ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ସମ୍ବାଦ ସାହିତ୍ୟ ଘର ଭଞ୍ଜନଗର ର ବାର୍ଷିକ ଉତ୍ସବ ପ୍ରସ୍ତୁତି ବୈଠକ ଭେଜିପୁଟ ଠାରେ ଅନୁଷ୍ଠିତ ହୋଇଯାଇଛି ଏଥିରେ ସଭାପତି କୃତିବାସ ବିଶ୍ବାଳ ଅଧ୍ଯକ୍ଷତା କରିଥିଲେ ଉପଦେଷ୍ଟା ଜଗବନ୍ଧୁ ଜେନା,ଉପ ସଭାପତି ନେତାଜୀ ବିଷୋୟୀ ମଞ୍ଚାସୀନ ଥିଲେ ସଂପାଦକ ସନ୍ତୋଷ ଜେନା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ସହ ସଂପାଦକ ଡକ୍ଟର ଗୁରୁମୂର୍ତ୍ତୀ ନାୟକ,କୋଷାଧ୍ଯକ୍ଷ ତ୍ରିନାଥ ବେହେରା,ସଂଗଠନ ସଂପାଦକ ବିଶ୍ବମ୍ବର ଜେନା ବରିଷ୍ଠ ସଦସ୍ୟ ଅନୁପମ ବାନାର୍ଜୀ,ରବି ନାରାୟଣ ମହାନ୍ତି,ଡାକ୍ତର ଗାୟତ୍ରୀ ସାହୁ,ଡାକ୍ତର ସିମାଞ୍ଚଳ ପତି ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ଆସନ୍ତା ଡିସେମ୍ବର ୧୧ ତାରିଖରେ ଅନୁଷ୍ଠନର ବାର୍ଷିକ ଉତ୍ସବ ଅନୁଷ୍ଠିତ ହେବାକୁ ସର୍ବ ସମ୍ମତି କ୍ରମେ ସ୍ଥିର କରାଗଲା ଏହା ସହ ଆସନ୍ତା ଶିଶୁ ଦିବସରେ ସ୍କୁଲ ପିଲାଙ୍କୁ ନେଇ ଏକ କବିତା ଆସର ଅନୁଷ୍ଠାନ ତରଫରୁ ଆୟେଜନ କରିବା ସହ ଜାନୁୟାରୀ ମାସ ପ୍ରଥମ ସପ୍ତାହରେ ବୀର ଚକରା ବିଷୋୟୀ ଜୟନ୍ତୀ ସପ୍ତାହ ପାଳନ ସମ୍ବନ୍ଧୀୟ ଆଲୋଚନା ମଧ୍ୟ କରାଯାଇଥିଲା ଶେଷରେ ସାଂସ୍କୃତିକ ସଂପାଦକ ଅଶୋକ କୁମାର ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ