ସମ୍ବିଧାନ ଦିବସରେ ପ୍ରଶାସନ ପକ୍ଷରୁ ସାମୂହିକ ମୁଖବନ୍ଧ ପାଠ

ବାଲେଶ୍ୱର, (ସରୋଜ ପଣ୍ଡା):ସମଗ୍ର ଦେଶରେ ଶନିବାର ସମ୍ବିଧାନ ଦିବସ ପାଳନ ହୋଇଥିବା ବେଳେ ବାଲେଶ୍ୱରରେ ମଧ୍ୟ ଅନୁରୂପ ପ୍ରତିଫଳନ ଲକ୍ଷ୍ୟ କରାଯାଇଛି ।ଏହି ପରିପ୍ରେକ୍ଷୀରେ ଜିଲା ପ୍ରଶାସନ ପକ୍ଷରୁ ଭାରତୀୟ ସମ୍ବିଧାନର ମୁଖବନ୍ଧ ପାଠ କରାଯାଇଛି । ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଉପ-ଜିଲ୍ଲାପାଳ କିଶୋର ଚନ୍ଦ୍ର ସ୍ୱାଇଁ, ଡେପୁଟି କଲେକ୍ଟର ସୀତାଂଶୁ ଦାସ, ଜିଲା ଜରୁରୀକାଳୀନ ଅଧିକାରିଣୀ ରିଜୱାନା କଅବକବ, ଜିଲା କ୍ରୀଡ଼ା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା, ଜିଲା ସଂସ୍କୃତି ଅଧିକାରୀ ଆଶିଷ କୁମାର ସାହୁ, ଜିଲା ଶିଶୁ ସୁରକ୍ଷା ଅଧିକାରୀ ଯୁବକ ମାଝୀ, ଅବକାରୀ ଅଧିକ୍ଷକ ଓ ଅନ୍ୟ ଅଧିକାରୀ ତଥା କର୍ମଚାରୀମାନେ ଉପସ୍ଥିତ ରହି ଭାରତୀୟ ସମ୍ବିଧାନର ମୁଖବନ୍ଧକୁ ପାଠ କରିଥିଲେ । ଭାରତୀୟ ସମ୍ବିଧାନର ସୁରକ୍ଷା ଓ ଅନୁପାଳନ ପାଇଁ ସମସ୍ତେ ସଂକଳ୍ପବଦ୍ଧ ହୋଇଥିଲେ । ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭବାନୀ ଶଙ୍କର ଭୂୟାଁ କାର୍ଯ୍ୟକ୍ରମ ପରିଚାଳନା ସହ ସମ୍ବିଧାନ ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥଲେ । ୧୯୪୭ ଅଗଷ୍ଟ ୧୫ ତାରିଖରେ ଦେଶ ସ୍ୱାଧୀନ ହୋଇଥିଲେ ବି ୧୯୪୯ ମସିହା ନଭେମ୍ବର ୨୬ ତାରିଖରେ ସର୍ବସମ୍ମତି କ୍ରମେ ସମ୍ବିଧାନକୁ ଗ୍ରହଣ କରାଯାଇଥିଲା । ଅତଏବ ପ୍ରତିବର୍ଷ ନଭେମ୍ବର ୨୬ ତାରିଖ ସମଗ୍ର ଦେଶରେ ସମ୍ବିଧାନ ଦିବସ ଭାବେ ପାଳିତ ହୋଇ ଆସୁଛି ବୋଲି ଶ୍ରୀ ଭୂୟାଁ ପ୍ରକାଶ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ