ସମ୍ବିଧାନ ପ୍ରତିଷ୍ଠା ଦିବସ ଅବସରରେ ଆଲୋଚନା ଚକ୍ର
ବୁଗୁଡା , (ଯୁଗାବ୍ଦ ନ୍ୟୁଜ) : ଗଞ୍ଜାମ ଜିଲ୍ଲା ବୁଗୁଡାସ୍ଥିତ ପିପୁଲସ ମହାବିଦ୍ୟାଳୟ ପରିସରରେ ସମ୍ବିଧାନ ପ୍ରତିଷ୍ଠା ଦିବସ ଉପଲକ୍ଷେ , ରାଜନୀତି ବିଜ୍ଞାନ ବିଭାଗ ଓ ଜାତୀୟ ସେବା ଯୋଜନା ପକ୍ଷରୁ ସମ୍ବିଧାନ ପ୍ରତିଷ୍ଠା ଓ ପ୍ରସ୍ତାବନା ସମ୍ବଦ୍ଧୀୟ ଆଲୋଚନା ଚକ୍ର ଓ ବକ୍ତୃତା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ବିଭିନ୍ନ ବିଭାଗର ଛାତ୍ରଛାତ୍ରୀ ଓ ଜାତୀୟ ସେବା ଯୋଜନାର ସମସ୍ତ ସ୍ୱେଚ୍ଛ୍ୱାସେବୀ କର୍ମକର୍ତ୍ତାମାନେ ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ରଜନୀ କାନ୍ତ ସଭାପତିତ୍ୱ କରିବା ସହ ଦ୍ୱୀପ ପ୍ରଜଳ୍ୱନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ମହାବିଦ୍ୟାଳୟର ଇତିହାସ ବିଭାଗୀୟ ମୁଖ୍ୟ ଡ. ପ୍ରଦୀପ କୁମାର ଦାଶ ସମ୍ବିଧାନର ପ୍ରସ୍ଥାବନା ସମ୍ପର୍କରେ ଶପଥ ପାଠ କରାଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜାତୀୟ ସେବା ଯୋଜନାର କାର୍ଯ୍ୟ ନିର୍ବାହୀ ଅଧିକାରୀ ରବି ନାରାୟଣ ପଲାଇ , ଲୋକନାଥ ବେହେରା , ଅନୀତା ଦେବୀ ,ଅନୀଲ କୁମାର ସେଠୀ , ବିନୋଦ କୁମାର କର , ଆତ୍ମ ପ୍ରକାଶ ନାୟକ , କ୍ରୀଡା ଅଧ୍ୟାପକ କ୍ରୀଷ୍ଣା ରାଓ ପାତ୍ର ପ୍ରମୁଖ ନିଜର ବକ୍ତବ୍ୟ ରଖିଥିଲେ । ବିଭାଗର ଛାତ୍ରୀ ଦିପ୍ତୀମୟୀ ତ୍ରିପାଠୀ ଆଲୋଚନାଚକ୍ରରେ ପ୍ରବନ୍ଧଟି ପାଠ କରିଥିଲେ । ଏହା ବ୍ୟତୀତ ସମ୍ବିଧାନ ପରିବର୍ତ୍ତନମ ଏକ ଉଚିତ ପଦକ୍ଷେପ କି ? ପ୍ରସଙ୍ଗରେ ଏକ ବକ୍ତୃତା ପ୍ରତିଯୋଗୀତା ଆୟୋଜିତ ହୋଇଯାଇଛି । ଉକ୍ତ ପ୍ରତିଯୋଗୀତାରେ ବହୁ ଛାତ୍ରଛାତ୍ରୀ ନିଜର ବକ୍ତବ୍ୟ ରଖିଥିଲେ । ପ୍ରତିଯୋଗୀତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ପରିଶେଷରେ ରାଜନୀତି ବିଜ୍ଞାନର ଅଧ୍ୟାପକ ଲୋକନାଥ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।