ସମ୍ଭାବ୍ୟ ବାତ୍ୟା ” ଆମ୍ଫାନ” ପାଇଁ ଜଗତସିଂହପୁର ଜିଲ୍ଲା ପ୍ରଶାସନର ତତ୍ପରତା

ପାରାଦୀପ, (ପିତବାସ ପ୍ରଧାନ): ଅଣ୍ଡାମାନ ସାଗର ରେ ସଂଘଠିତ ଲଘୁଚାପ ମଇ ୧୬ ତାରିଖ ସୁଦ୍ଧା ଅବପାତର ରୂପ ନେଇଛି। ଏହାର ପ୍ରଭାବରେ ଆନ୍ଧ୍ରପ୍ରଦେଶ ଓଡ଼ିଶା ଓ ପଶ୍ଚିମବଙ୍ଗ ରେ ପ୍ରବଳ ବର୍ଷା ସହିତ ୭୦ ରୁ ୮୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଥିବା ବେଳେ ବେଳେବେଳେ ପବନର ବେଗ ୧୦୦ ରୁ ୧୨୦ ଅତିକ୍ରମ କରିପାରେ। ଏହା ଲାଣ୍ଡ ଫଲ କେଉଁଠି ହେବ ଏହା ୧୭ ତାରିଖ ସୁଦ୍ଧା ସ୍ପଷ୍ଟ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ କାର୍ଯ୍ୟାଳୟ ସୂତ୍ରରୁ କୁହାଯାଇଛି।ସମ୍ଭାବ୍ୟ ବାତ୍ୟା ପାରାଦୀପ ଠାରୁ ପାଖାପାଖି ୧୦୦୦ କି ମି ଦୂରରେ ରହିଥିବା ବେଳେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶେଷ ବ୍ୟବସ୍ଥା କରାଯାଇଛି। ୪୨ ବାତ୍ୟା ଆଶ୍ରୟସ୍ଥଳୀ କୁ ପ୍ରସ୍ତୁତ ରଖା ଯାଇଛି। ଏଥି ସହିତ ୫୬୨ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର କୁ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଓଡ୍ରାଫ ଟିମ କୁ ପ୍ରସ୍ତୁତ ସହିତ ଯଥେଷ୍ଟ ଗଛ କଟା ଯନ୍ତ୍ର ଯୋଗାଇ ଦିଆଯାଇଛି।ଏବଂ ଯଥେଷ୍ଟ ପରିମାଣରେ ଶୁଖିଲା ଖାଦ୍ୟ ଓ ପାନୀୟଜଳ ଯୋଗାଇ ଦେବାକୁ ବ୍ୟବସ୍ଥା କରାଯାଇଛି। ଯେଉଁସବୁ ବାତ୍ୟା ଆଶ୍ରୟସ୍ଥଳୀ ରେ ସଙ୍ଗରୋଧ କେନ୍ଦ୍ର କରାଯାଇଛି, ସେ ସବୁ କେନ୍ଦ୍ରର ସମସ୍ତ ସଦସ୍ୟଙ୍କ ସ୍ୱାବ ସଂଗ୍ରହ କରି ପରୀକ୍ଷା ନିମନ୍ତେ ପାଠ ଯାଇଛି, ଖୁବଶୀଘ୍ର ସେମାନଙ୍କ ଘରକୁ ପଠାଇ ଦିଆଯିବ ।ଏବଂ ଏ ସବୁ କେନ୍ଦ୍ର କୁ ଖାଲି କରାଯିବ। ତେଣୁ ବାତ୍ୟା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ସତର୍କତା ଗ୍ରହଣ କରାଯାଇଛି।ଜିଲ୍ଲାବାସୀ ଆତଙ୍କିତ ନ ହେବା ପାଇଁ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ