ସମ୍ଭାବ୍ୟ ବାତ୍ୟା ଆଶଙ୍କାରେ ଭୟରେ ଚାଷୀ

ନିମାପଡ଼ା,(ସନ୍ତୋଷ ଦାଶ) ବଙ୍ଗୋପସାଗର ରେ ଏକ ଲଘୁଚାପ ସୃଷ୍ଟି ହୋଇ ବାତ୍ୟାର ରୂପ ନେବା ଆଶଙ୍କା ରହିଥିବା ବିଭିନ୍ନ ଗଣ ମାଧ୍ୟମ ରେ ଖବର ପ୍ରକାଶ ପାଇବା ପରେ ଉପକୂଳବର୍ତ୍ତୀ ନୟାହାଟ ଅଞ୍ଚଳ ର ଚାଷୀ ମାନେ ଆତଙ୍କିତ ହୋଇ ପଡିଛନ୍ତି। ଏବେ ଧାନ ଗଛ ରେ କେଣ୍ଡା ବାହାରୁ ଥିବାବେଳେ ଶୀତ ଦିନିଆ ପନିପରିବା ଅମଳ ହେବାକୁ ବସିଛି। ଏହି ସମୟ ରେ ଯଦି ବାତ୍ୟା ହୁଏ ତେବେ ବର୍ଷା ଓ ପବନରେ ଧାନ ଓ ପନିପରିବା ଚାଷ କ୍ଷତିଗ୍ରସ୍ତ ହେବ। ଏଣୁ ବାତ୍ୟା କୁ ନେଇ ବିଭିନ୍ନ ଛକ ବଜାର, ଗାଁ ରେ ଆଲୋଚନା ଆରମ୍ଭ ହୋଇ ଗଲାଣି। ବାତ୍ୟା କେତେ ଭୟଙ୍କର ହେବ ଆଉ ଏହା କେଉଁ ଉପକୂଳ ଦେଇ ଅତିକ୍ରମ କରିବ ତାକୁ ନେଇ ନା ନା ପ୍ରକାର ଚର୍ଚ୍ଚା ହେଉଛି।ପାଣିପାଗ ବିଭାଗ ଅଦ୍ୟାବଧି ବାତ୍ୟା ସଂପର୍କ ରେ ସ୍ପଷ୍ଟ କରିନଥିବା ବେଳେ ସମ୍ଭାବ୍ୟ ବାତ୍ୟା ଉପକୂଳବର୍ତ୍ତୀ ଅଞ୍ଚଳ ଦେଇ ଗତି କରିବାର ଆଶଙ୍କା ଥିବାରୁ ସମସ୍ତେ ଚିନ୍ତିତ ହୋଇ ପଡିଛନ୍ତି ।ଗତ ୨୦୧୩ ମସିହା ଠାରୁ ୨୦୨୧ ମସିହା ୯ ବର୍ଷ ମଧ୍ୟରେ ନଅ ଥର ବାତ୍ୟା ହୋଇ ନୟାହାଟ ଅଞ୍ଚଳ ରେ ବ୍ୟାପକ କ୍ଷୟକ୍ଷତି ଘଟିଛି ।୨୦୧୩ମସିହା ଅକ୍ଟୋବର ୧୨/୧୩ ତାରିଖରେ ଫାଇଲିନ ,୨୦୧୪ ମସିହା ରେ ହୁଡୁହୁଡୁ , ୨୦୧୮ ମସିହା ରେ ତିତିଲି,୨୦୧୯ ମସିହା ମେ ମାସ ୩ ତାରିଖ ରେ ଫନି , ସେହି ବର୍ଷ ନଭେମ୍ବର ୭ ତାରିଖରେ ବୁଲବୁଲ ବାତ୍ୟା କୁ ଏହି ଅଞ୍ଚଳ ର ଚାଷୀ ଓ ଜନ ସାଧାରଣ ଅଙ୍ଗେ ନିଭାଇଛନ୍ତି ।୨୦୨୦ ମେ ମାସ ୧୬ ତାରିଖରେ ଅମ୍ଫନ୍,୨୦୨୧ ମେ ମାସ ୨୫ରେ ୟାଶ ଓ ଦାଉଦ୍, ୨୦୨୧ ସେପ୍ଟେମ୍ବର ମାସ ରେ ଗୁଲାବ ,୨୦୨୧ ମସିହା ଡିସେମ୍ବର ମାସରେ ଜୱାଦ ପ୍ରଭାବରେ ଏହି ଅଞ୍ଚଳରେ ବହୁ ପରିମାଣ ରେ ବର୍ଷା ହୋଇ ବିଭିନ୍ନ ଚାଷ ଉଜାଡି ଦେଇଥିଲା । ପୁଣି ଥରେ ବାତ୍ୟା ହେବ ଶୁଣି ଚାଷୀ ମାନେ ଆତଙ୍କିତ ହୋଇପଡିଛନ୍ତି। ସମସ୍ତେ ଭାରତୀୟ ପାଣିପାଗ ବିଭାଗ ର ଘୋଷଣା କୁ ଚାତକ ପରି ଅପେକ୍ଷା କରି ରହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ