ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ପ୍ରସ୍ତୁତି ବୈଠକ

ହାଟଡିହି, (ବିକାଶ ବିଶ୍ୱାଳ ) : ହାଟଡିହି ବ୍ଲକର ସଭାଗୃହ ଠାରେ ସମ୍ଭାବ୍ୟ ବାତ୍ୟା ‘ଜୋୱାଦ’ର ମୁକାବିଲା ଲାଗି ହାଟଡିହି ବ୍ଲକ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଡିଓ ସୁଶ୍ରୀ ବିନିତା ବିଜୟନୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ହାଟଡିହି ତହସିଲଦାର ଦିଲ୍ଲିପ କୁମାର ସାହୁ ଯୋଗଦେଇ ବାତ୍ୟାକୁ କିପରି ମୁକାବିଲା କରାଯିବ ତାହା ଉପରେ ଆଲୋଚନା କରିଥିଲେ । ଜିରୋ କାଜୁଆଲଟି ଉପରେ ଗୁରୁତ୍ୱ ଦେବାସସ୍ୱିପଦ ଶଙ୍କୁଳ ଚାଳଘରେ ବସବାସ କରୁଥିବା ପରିବାର ଗୁଡିକୁ ତୁରନ୍ତ ସ୍ଥାନାନ୍ତର କରିବା ସହିତ ବୃଦ୍ଧ,ବୃଦ୍ଧା, ଛୋଟଛୋଟ ଶିଶୁ, ଗର୍ଭବତୀ ପ୍ରସୁତି ମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏଥିଲାଗି ଆଜି ଡାକବାଜି ଯନ୍ତ୍ର ଯୋଗେ ସମସ୍ତଙ୍କୁ ସତର୍କ କରାଇବା ସହ ବାତ୍ୟା ମୁକାବିଲା ଲାଗି ପଦକ୍ଷେପ ନିଆଯାଉଥିବା ବିଡିଓ ସୁଚନା ଦେଇଥିଲେ । ସମସ୍ତ ବାତ୍ୟା ଆଶ୍ରୟସ୍ଥଳ ଗୁଡିକୁ ପ୍ରସ୍ତୁତ କରିବାସହ ଆଲୋକ, ଶୁଖିଲାଖାଦ୍ୟ ଓ ପିଇବା ପାଣି ମହଜୁଦ ରଖିବା ଲାଗି ପିଇଓ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଏଥିରେ ବ୍ଲକର ସିଡିପିଓ ସରସ୍ୱତୀ ସେଠୀ, ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ତଥା ଶାସଙ୍ଗ ପଞ୍ଚାୟତର ସରପଞ୍ଚ ବିମ୍ବାଧର ବିଶ୍ୱାଳ, ଏବିଇଓ ଧନେଶ୍ୱର ଖଣ୍ଡେଇ, ପରିମଳ ବିଭାଗ ଯନ୍ତ୍ରୀ ଅବନ୍ତୀ ନାୟକ, ପରିମଳ ଯନ୍ତ୍ରୀ ଉତ୍ସବ ଜେନା, ନନ୍ଦିପଦା ଥାନା ଏସ.ଆଇ ନରେନ୍ଦ୍ର କୁମାର ଦାସ, ସହଶିକ୍ଷା ଅଧିକାରୀ ଧନେଶ୍ୱର ଖଣ୍ଡେଇଙ୍କ ସମସ୍ତ କନିଷ୍ଠଯନ୍ତ୍ରୀ, ପିଇଓ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ