ସମୟାନୁକୂଳ ଯୋଗାଣ ଶୃଙ୍ଖଳା ବୃଦ୍ଧି ଓ ଆତ୍ମନିର୍ଭରଶୀଳତା ବଢ଼ାଇବା ପାଇଁ ଆମେରିକା ଭାରତ ସହିତ ମିଶି କାର୍ଯ୍ୟ କରିବ : ଗୋୟଲ

ନୂଆଦିଲ୍ଲୀ, (ଓ୍ବାଇଏନ୍ଏସ୍) : କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ, ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ଓ ବୟନଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ଲସ ଏଞ୍ଜେଲସରେ ଭାରତ-ପ୍ରଶାନ୍ତ ଅର୍ଥନୈତିକ ଫୋରମ୍ (ଆଇପିଏଫ୍) ର ମନ୍ତ୍ରୀ ସ୍ତରୀୟ ବୈଠକରେ ଯୋଗ ଦେଇଥିଲେ। ଇଣ୍ଡୋ-ପାସିଫିକ୍ ଇକୋନୋମିକ୍ ଫ୍ରେମୱାର୍କ (ଆଇପିଏଫ୍) ମନ୍ତ୍ରୀସ୍ତରୀୟ ବୈଠକର ପାର୍ଶ୍ୱରେ ଗଣମାଧ୍ୟମ ସହ ଯୋଗାଯୋଗ କରି ମନ୍ତ୍ରୀ ନିଶ୍ଚିତ କରିଛନ୍ତି ଯେ ଆମର ଜାତୀୟ ସ୍ୱାର୍ଥକୁ ଆଧାର କରି ଆଇପିଏଫ୍ ଢାଞ୍ଚାର ବିଭିନ୍ନ ଦିଗ ଉପରେ ଭାରତ ନିଷ୍ପତ୍ତି ନେବ। ଆଇପିଏଫ୍ ର ୧୪ଜଣ ସଦସ୍ୟଙ୍କ ସହ ବହୁତ ଉତ୍ତମ ସମ୍ପର୍କ ରହିଛି ଏବଂ ସଦସ୍ୟ ଦେଶଗୁଡିକର ଅଧିକାରୀମାନେ ଏହିପରି ଫଳପ୍ରଦ ପାରସ୍ପରିକ କାର୍ଯ୍ୟ ପାଇଁ ଭିତ୍ତିଭୂମି ପ୍ରସ୍ତୁତ କରିବା ପାଇଁ ବହୁତ ପରିଶ୍ରମ କରିଛନ୍ତି। ସେ ଆଶା ପ୍ରକଟ କରିଛନ୍ତି ଯେ ଗୋଟିଏ ଦିନ ମଧ୍ୟରେ ଆଇପିଏଫ୍ ଏକ ଢାଞ୍ଚା ଚୂଡାନ୍ତ କରିବ ଯେଉଁଥିରେ ସଦସ୍ୟ ରାଷ୍ଟ୍ରମାନେ ପାରସ୍ପରିକ ସ୍ୱାର୍ଥର ବିଭିନ୍ନ କ୍ଷେତ୍ରରେ ପାରସ୍ପରିକ ଆଲୋଚନା କରିପାରିବେ। ସମୃଦ୍ଧି ପାଇଁ ଇଣ୍ଡୋ ପାସିଫିକ୍ ଇକୋନୋମିକ୍ ଫ୍ରେମୱାର୍କର ମନ୍ତ୍ରୀସ୍ତରୀୟ ବୈଠକ ପରେ ଲସ୍ ଏଞ୍ଜେଲ୍ସରେ ଅଷ୍ଟ୍ରେଲିଆର ବାଣିଜ୍ୟ ମନ୍ତ୍ରୀ ମହା ମହିମ ଡନ୍ ଫାରେଲ୍ ଙ୍କ ସହିତ ସାକ୍ଷାତ କରିଛନ୍ତି। ଏଞ୍ଜେଲେସରେ ଆଇପିଏଫ୍ ମନ୍ତ୍ରୀ ସ୍ତରୀୟ ବୈଠକରୁ ଭିନ୍ନ ଭାବରେ ଆମେରିକାର ବାଣିଜ୍ୟ ମନ୍ତ୍ରୀ ଜିନା ରାଏମୋଣ୍ଡୋଙ୍କ ସହିତ ସାକ୍ଷାତ କରିଛନ୍ତି। “ଭାରତ-ଆମେରିକା ବାଣିଜ୍ୟ ଏବଂ ପୁଞ୍ଜି ନିବେଶ ସମ୍ପର୍କକୁ ଆହୁରି ବୃଦ୍ଧି କରିବା ପାଇଁ ଆମେ ସମୟାନୁକୂଳ ବିଶ୍ବ ଯୋଗାଣ ଶୃଙ୍ଖଳାର ନିର୍ମାଣର ଆଶା କରୁଛୁ। ଗୋୟଲ୍ ଲସ୍ ଆଞ୍ଜେଲେସ୍ରେ ଆଇପିଏଫ୍ ମନ୍ତ୍ରୀ ସ୍ତରୀୟ ବୈଠକରୁ ଭିନ୍ନ ଭାବରେ ୟୁକେ ବାଣିଜ୍ୟ ପ୍ରତିନିଧି ଦୂତ କ୍ୟାଥରିନ୍ ତାଇଙ୍କ ସହିତ ସାକ୍ଷାତ କରିଛନ୍ତି। ଏକ ଟ୍ବିଟରେ ଗୋୟଲ୍ କହିଛନ୍ତି, ‘‘ଭାରତ ମୁକ୍ତ, ଖୋଲା ଏବଂ ସମାବେଶୀ ଭାରତ ପ୍ରଶାନ୍ତ ପାଇଁ ନିଜର ପ୍ରୟାସ ପ୍ରତି ସଙ୍କଳ୍ପବଦ୍ଧ ଅଟେ, କାରଣ ଆମେ ସମୃଦ୍ଧି ପାଇଁ ଇଣ୍ଡୋ-ପାସିଫିକ୍ ଇକୋନୋମିକ୍ ଫ୍ରେମୱର୍କର ମନ୍ତ୍ରୀ ସ୍ତରୀୟ ବୈଠକରେ ଏକଜୁଟ୍ ହେଉଛି। ମିଡିଆ ସହିତ ଆଲୋଚନା କରି ଗୋୟଲ୍ ନିଜର ଆମେରିକି ସମକକ୍ଷଙ୍କ ବୈଠକ ବିଷୟରେ କହିଛନ୍ତି ଯେ ଏହି ବୈଠକ ବହୁତ ସୌହାର୍ଦ୍ଦ୍ୟପୂର୍ଣ୍ଣ ରହିଛି। ସେ କହିଛନ୍ତି ଯେ ଉଭୟ ମନ୍ତ୍ରୀ ଆମେରିକା ଏବଂ ଭାରତ ମଧ୍ୟରେ ସବୁ କିଛିରେ ଆହୁରି ଉନ୍ନତି ଆସିବା ନେଇ ଉତ୍ସାହିତ ଅଛନ୍ତି। ଉଭୟ ପକ୍ଷ ବ୍ୟବସାୟ ଓ ନିବେଶ ବଢ଼ାଇବା ପାଇଁ ସହମତ ରହିଛନ୍ତି। ଏଥିରେ ହାଇ-ଟେକ୍ କ୍ଷେତ୍ର ସାମିଲ୍ ରହିଛି ତଥା ଉଭୟ ଦେଶ ମଧ୍ୟରେ ସମୟାନୁକୂଳ ଯୋଗାଣ ଶୃଙ୍ଖଳାକୁ ଆହୁରି ଆଗକୁ ନେବା ପାଇଁ ଆଶା କରିଛନ୍ତି। ମନ୍ତ୍ରୀ ସ୍ତରୀୟ ବୈଠକରୁ ପୃଥକ ଭାବରେ ଗୋୟଲ ଜାପାନର ଅର୍ଥବ୍ୟବସ୍ଥା, ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ୟାସୁତୋଶି ନିଶିମୁରାଙ୍କ ସହିତ ସାକ୍ଷାତ କରିଛନ୍ତି। ଏକ ଟ୍ବିଟରେ ଭାରତ-ଜାପାନ ଆର୍ଥିକ ସହଯୋଗରେ ଆହୁରି ଅଧିକ ଉନ୍ନତି ଆଣିବା ପାଇଁ ବ୍ୟବସାୟ, ରୋଜଗାର ବିକାଶ ଏବଂ ପାରସ୍ପରିକ ହିତ କ୍ଷେତ୍ରକୁ ବୃଦ୍ଧି କରିବା ଉପରେ ଆଲୋଚନା ହୋଇଛି। ସମୃଦ୍ଧି ପାଇଁ ଇଣ୍ଡୋ-ପାସିଫିକ୍ ଇକୋନୋମିକ୍ ଫ୍ରେମୱର୍କର ମନ୍ତ୍ରୀ ସ୍ତରୀୟ ବୈଠକରୁ ପୃଥକ ଭାବରେ ଗୋୟଲ୍ ଭିଏତନାମର ଉଦ୍ୟୋଗ ଏବଂ ବାଣିଜ୍ୟ ମନ୍ତ୍ରୀ ଏନଗୁଏନ୍ ହଙ୍ଗ ଡାଏନଙ୍କ ସହିତ ସାକ୍ଷାତ କରିଛନ୍ତି ତଥା ପାରସ୍ପରିକ ଉନ୍ନତି କ୍ଷେତ୍ରରେ ସହଯୋଗ ବଢ଼ାଇବା ଉପରେ ଆଲୋଚନା କରିଛନ୍ତି। ଆମେରିକା ସହ ହୋଇଥିବା ଆଲୋଚନା ଉପରେ ଅଧିକ ବିସ୍ତୃତ ଭାବରେ ଉଭୟ ଦେଶ ବିଶ୍ବାସ କରିଛନ୍ତି ଯେ ଆମର ମୂଳ ଦର୍ଶନ ଭାବରେ ଆତ୍ମନିର୍ଭରଶୀଳ ହେବା ଆବଶ୍ୟକ ଏବଂ ସ୍ୱଚ୍ଛ ଅର୍ଥନୀତି ଏବଂ ନିୟମ-ଆଧାରିତ ବାଣିଜ୍ୟ ପ୍ରଣାଳୀରେ ବିଶ୍ବବାସୀ ଅଂଶୀଦାରମାନଙ୍କ ମଧ୍ୟରେ ସ୍ଥିର ଯୋଗାଣ ଶୃଙ୍ଖଳା ରହିବା ଆବଶ୍ୟକ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମେରିକା ଭାରତ ସହ କାମ କରିବାକୁ ବହୁତ ଆଗ୍ରହୀ ଥିଲା ଯାହା ଦ୍ବାରା ଅନ୍ୟ ଦେଶ ଉପରେ ଆମର ନିର୍ଭରଶୀଳତା କମ୍ ହୋଇ ପାରିବ, କାରଣ ଗତ ଦୁଇ-ତିନି ବର୍ଷ ସମୟରେ ଆମେ ଅନେକ ଜଟିଳ ସମସ୍ୟାର ସମ୍ମୁଖୀନ ହୋଇଥିଲା। ବଜାର ପ୍ରବେଶ ପ୍ରସଙ୍ଗରେ ଏକ ପ୍ରଶ୍ନର ଉତ୍ତରରେ ଗୋୟଲ କହିଛନ୍ତି ଯେ ଖୁବ୍ ଶୀଘ୍ର ଏକ ଭାରତ-ଆମେରିକା ବାଣିଜ୍ୟ ନୀତି ଫୋରମ୍ ଅନୁଷ୍ଠିତ ହେବ ଯେଉଁଥିରେ ଆମେ ଅଧିକ ବିତରଣ ଏବଂ ନୂତନ କ୍ଷେତ୍ର ଉପରେ କାର୍ଯ୍ୟ କରିପାରିବୁ। ଡିଜିଟାଲ ଅର୍ଥନୀତି ଉପରେ ଏକ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି ଯେ ସେ ଆମେରିକାରେ ଥିବା ପ୍ରତିପକ୍ଷଙ୍କୁ ସୂଚନା ଦେଇଛନ୍ତି ଯେ ଡିଜିଟାଲ୍ ସ୍ପେସରେ ଭାରତ ଅତ୍ୟନ୍ତ ସମସାମୟିକ ତଥା ଆଧୁନିକ ନିୟମ ପାଇବାକୁ ଚାହୁଁଛି ଏବଂ ଉଚ୍ଚ ସ୍ତରର ଡାଟା ଗୋପନୀୟତା, ବିଶେଷକରି ଆମର ନାଗରିକଙ୍କ ବ୍ୟକ୍ତିଗତ ତଥ୍ୟକୁ ବଜାୟ ରଖିଛି। ସେହି କ୍ରମରେ ଭାରତ ଖୁବ ଶୀଘ୍ର ସଂସଦରେ ଉପସ୍ଥାପିତ ହେବାକୁ ଥିବା ଏକ ଦୃଢ଼ ଢାଞ୍ଚାରେ କାର୍ଯ୍ୟ କରୁଛି ଏବଂ ଏହାକୁ ଆମେରିକା ଏବଂ ଭାରତର ବ୍ୟବସାୟୀମାନେ ସ୍ୱାଗତ କରିଛନ୍ତି। ଭାରତ ଟେକ୍ନୋଲୋଜି ସେବାଗୁଡିକର ଏକ ବୃହତ ପ୍ରଦାନକାରୀ ଏବଂ ଆଇନ ଉପରେ ଆମର ବହୁତ ଭଲ ବୁଝାମଣା ପାଇବାକୁ ଆମର ଆଗ୍ରହ ରହିଛି କାରଣ ସେବା ରପ୍ତାନିରେ ମଧ୍ୟ ଆମର ବହୁତ ଆଗ୍ରହ ରହିଛି ବୋଲି ସେ କହିଛନ୍ତି। ବର୍ତ୍ତମାନ ୱାର୍କ ଫ୍ରମ୍ ହୋମ୍ ଯୁଗରେ ଆମ ଯୁବକମାନଙ୍କ ପାଇଁ ନୂତନ ସୁଯୋଗ ଖୋଲିଛି, ବିଶେଷ କରି ଟିୟର ୨ ଏବଂ ୩ସହର ଏବଂ ଦୁର୍ଗମ ଅଞ୍ଚଳର ଯୁବକମାନେ ଆମେରିକାର କମ୍ପାନୀଗୁଡିକୁ ଉନ୍ନତ ସମାଧାନ ପ୍ରଦାନ କରିବା ପାଇଁ ସକ୍ଷମ ହୋଇ ପାରିଛନ୍ତି ଓ ଏହାକୁ ଆମେରିକାର ବ୍ୟବସାୟ ଦ୍ୱାରା ଉତ୍ସାହର ସହିତ ଗ୍ରହଣ କରାଯାଇଛି। ଭାରତରେ କାମ କରୁଥିବା ଆମେରିକାର କମ୍ପାନୀ ସହିତ ଡବ୍ଲୁଟିଓର ଡାଭୋସ ସମୟରେ ଏହାର ଅନେକ ବୈଠକ ତଥା ବେ-ଏରିଆର ବୈଠକର ଉଲ୍ଲେଖ କରି, ଏହି ଆଲୋଚନା ଦ୍ବାରା ସେମାନଙ୍କୁ ପ୍ରୋତ୍ସାହନ ମିଳିଛି ଯେ ଆମେରିକାର କମ୍ପାନୀ ଭାରତରୁ ଲୋକମାନଙ୍କୁ ନିଯୁକ୍ତି ପ୍ରଦାନ କରିବାର କାର୍ଯ୍ୟକୁ ଢ଼ାଇବାରେ ବିଚାର କରୁଛି ତଥା ନିଜର ଗବେଷଣା ଏବଂ ବିକାଶ, ପ୍ରଯୁକ୍ତି ସହାୟତା ପ୍ରଣାଳୀ ଏବଂ ବ୍ୟାକ୍ ଅଫିସକୁ ବଢ଼ାଇବାକୁ ଚାହୁଁଛି। ସେ କହିଛନ୍ତି ଯେ ଲୋକମାନଙ୍କୁ ନିଯୁକ୍ତି ପ୍ରଦାନ କରିବାରେ ତାଙ୍କର ଯେଉଁ ଯୋଜନା ରହିଛି, ତାହା ବାସ୍ତବରେ ଆଶ୍ଚର୍ଯ୍ୟଜନକ ଅଟେ। ସାନ୍ ଫ୍ରାନ୍ସିସ୍କୋରେ କୌଶଳ ବିକାଶ ପଦକ୍ଷେପ ‘ସେତୁ’ ସମ୍ବନ୍ଧିତ ଏକ ପ୍ରଶ୍ନର ଉତ୍ତରରେ ଭାରତ ମଧ୍ୟ ଏହାର ଲାଭ ପାଇବ, କାରଣ ଆମର ଯୁବକମାନେ, ବିଶେଷ କରି ଝିଅମାନଙ୍କ ଠାରେ ପ୍ରଚଣ୍ଡ ପ୍ରତିଭା ରହିଛି ତଥା ସେମାନେ ପଦକ୍ଷେପରେ ସାମିଲ୍ ପ୍ରତିଷ୍ଠାନ ଫାର୍ମ ଦ୍ବାରା ପ୍ରଦାନ କରାଯାଉଥିବା ପ୍ରଶିକ୍ଷଣ ଏବଂ ଦକ୍ଷତା ବିକାଶରୁ ଶିଖିବା ପାଇଁ ଆଗଭର ଅଟନ୍ତି। ସେ କହିଛନ୍ତି ଯେ ଭାରତ ମଧ୍ୟ ଏହି ପଦକ୍ଷେପକୁ ସମର୍ଥନ ପ୍ରଦାନ କରୁଛି, କାରଣ ଆମର ଏଠାରେ କିଛି ଉତ୍କୃଷ୍ଟି ଏଡ-ଟେକ୍ କମ୍ପାନୀ ରହିଛନ୍ତି ଏବଂ ଏହା ସୁଲଭ ମୂଲ୍ୟରେ ସମାଧାନ ଉପଲବ୍ଧ କରାଉଥିବା କୌଶଳ ପୂର୍ବରୁ ରହିଛି। ସେ କହିଛନ୍ତି ଯେ ଏହାକୁ ଆମେରିକାରେ ସ୍ବାଗତ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ