ସରକାରଙ୍କ ମଦ ପ୍ରସାର ନୀତି ବିରୋଧରେ ଜନମତ ତିଆରି କରାଯିବ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ସରକାରଙ୍କ ମଦ ପ୍ରସାର ନୀତିର ମାରାତ୍ମକ ପରିଣତି ସମ୍ପର୍କରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବା ପାଇଁ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବା ଉଦେଶ୍ୟରେ ମିଳିତ ଓଡିଶା ନିଶା ନିବାରଣ ଅଭିଯାନର କେନ୍ଦ୍ରାପଡା ବ୍ଲକ ସ୍ତରୀୟ ଏକ ସାଂଗଠନିକ ସଭା ଦୁହୁରିଆସ୍ଥିତ ସାଇ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଦମୟନ୍ତୀ ସାହୁଙ୍କ ପରିଚାଳନାରେ ଆୟୋଜିତ ଏହି ସଭାରେ ସଂଗଠନର ରାଜ୍ୟ ସମ୍ପାଦକ ଉମାକାନ୍ତ ମଣ୍ଡଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟକୁ ସମ୍ପୁର୍ଣ ନିଶାମୁକ୍ତ କରିବା ପାଇଁ ୧୯୫୬ ନିଶା ନିବାରଣ ଆଇନ କାର୍ଯ୍ୟକାରୀ ହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲୁରହିବ ବୋଲି ଘୋଷଣା କରିଥିଲେ । ଜିଲ୍ଲା ସମ୍ପାଦକ ଆଦିକନ୍ଦ ରାଉଳ ସ୍ଥାନୀୟ ମଦ ଦୋକାନ ତଥା ମଦର ଚୋରା ବେପାର ବିରୋଧରେ ଜନମତ ସୃଷ୍ଟି କରିବା ସହ ସରକାରଙ୍କ ମଦ ପ୍ରସାର ନୀତି ସମ୍ପର୍କରେ ସ୍ଥାନୀୟ ବୁଦ୍ଧିଜୀବିମାନଙ୍କ ସହଯୋଗରେ ପ୍ରତି ଗ୍ରାମରେ ଆଲୋଚନା ସଭାମାନ କରିବାକୁ ଏକ ଦ୍ୱିସୁତ୍ରୀ କାର୍ଯ୍ୟକ୍ରମ ପ୍ରଦାନ କରିଥିଲେ । ଜିଲ୍ଲା ସଭାପତି ପାର୍ବତୀ ନାୟକ ‘ମୋନା’ ଆନ୍ଦୋଳନର ଗୈାରବମୟ ଇତିହାସ ସମ୍ପର୍କରେ ସୂଚନା ଦେଇଥିବା ବେଳେ ବ୍ଲକ ସମ୍ପାଦକ ସନାତନ ମୁଦୁଲି ସଭାର ଉଦେଶ୍ୟ ଜ୍ଞାପନ ଓ ମମତାମୟୀ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସାଂଗଠନିକ ଆଲୋଚନାରେ ବ୍ଲକ ସଭାପତି ଦ୍ରୈାପଦୀ ରାଉତ, ବାସନ୍ତୀ ସାହୁ, ଶିକ୍ଷକନେତା ଭଜକୃଷ୍ଣ ରାଉତ, ନିରୂପମା ମହାନ୍ତି, ଶରତ ମଲିକ, ସୋହାନା ବେଗମ, ଅମର ପ୍ରସାଦ ରାଉତ, ଭରତ ଚନ୍ଦ୍ର ଜେନା, କାର୍ତ୍ତିକ ଚନ୍ଦ୍ର ନାୟକ, ଗଗନବିହାରୀ ସିଂ, ପୁଷ୍ପିତା ଜେନା ପ୍ରମୁଖ ଆଲୋଚନା କରିଥିବା ବେଳେ ବହୁ ପ୍ରତିବାଦ ସତ୍ୱେ ଇନ୍ଦୁପୁର ଚଣ୍ଡୀମନ୍ଦିର କଡରେ ଥିବା ମଦ ଦୋକାନ ତୁରନ୍ତ ବନ୍ଦ ନହେଲେ ଖୁବଶୀଘ୍ର ଆନ୍ଦୋଳନାତ୍ମକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସ୍ଥିର କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ