ଶ୍ରୀବଳଦେବଜୀଉଙ୍କ ଫୁଲ ବଗିଚାରୁ ମିଳିଲା ଏକ ଛୋଟ ଗରୁଢ ପକ୍ଷୀଛୁଆ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ପୈାରାଚଂଳ ଅନ୍ତର୍ଗତ ଇଛାପୁର ବଡବାରଙ୍ଗସି୍ଥତ ବାରଙ୍ଗେଇ ଠାକୁରାଣୀ ମନ୍ଦିର ପାଖରେ ଥିବା ଶ୍ରୀବଳଦେବଜୀଉଙ୍କ ଫୁଲବଗିଚାରୁ ଆଜି ସକାଳେ ଏକ ଛୋଟ ଗରୁଡ ପକ୍ଷୀ ଛୁଆଟି ମିଳିଛି । ବଗିଚାର ରକ୍ଷଣାବେକ୍ଷଣା ଦାୟୀତ୍ୱରେ ଥିବା ମାଳିର ଝିଅଟି ସକାଳେ ଶ୍ରୀଜୀଉଙ୍କ ପାଇଁ ଫୁଲ ତୋଳିବାକୁ ସେହି ବଗିଚାକୁ ଯାଇଥିବା ସମୟରେ ବଗିଚା ଭିତରେ ସେହି ଛୋଟ ଗରୁଡ ପକ୍ଷୀଟିକୁ ଦେଖିବାକୁ ପାଇଥିଲେ । ପକ୍ଷୀଟି କ୍ଷତାକ୍ତ ହୋଇଥିବା ଦେଖି ସେ ତାକୁ ନିଜ ଘରକୁ ନେଇ ଆସିଥିଲେ ଓ ତାକୁ ଏକ ଗିନାରେ କ୍ଷିର ପିଇବାକୁ ଦେଇଥିଲେ । ପରେ ପକ୍ଷୀଟିର କ୍ଷତ ସମ୍ପର୍କରେ ଡାକ୍ତରଙ୍କ ସହ ପରାମର୍ଶ ନେଇ ଔଷଧର ବ୍ୟବସ୍ଥା ମଧ୍ୟ କରିଥିଲେ । ପକ୍ଷୀଟି ସୁସ୍ଥ ଥିବା ଜଣାପଡିଛି । ସେହି ପକ୍ଷୀଟିକୁ ଦେଖିବା ପାଇଁ ସେଠାରେ ଲୋକମାନଙ୍କ ଭିଡଜମିଥିବାର ଦେଖାଯାଇଛି ।


