ସରକାରଙ୍କ ସହିତ ସମୂହ ଗଣସଂଗଠନ ଓ ଗଣମାଧ୍ୟମ ତତ୍ପର ରହିଲେ ପ୍ରକୃତ ଭିନ୍ନକ୍ଷମ ଉପକୃତ ହେବେ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସାମାଜିକ ଅନୁଷ୍ଠାନ ଆଶ୍ରୟ ପକ୍ଷରୁ ଏକ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ସ୍ଥାନୀୟ ଗୀତଗୋବିନ୍ଦ ସଦନଠାରେ ଅନୁଷ୍ଠିତ ହୋଇଯାଇଛି । ସରକାରଙ୍କ ସହିତ ସମୂହ ଗଣସଂଗଠନ, ଗଣମାଧ୍ୟମ ତତ୍ପର ହେଲେ ପ୍ରକୃତ ଭିନ୍ନକ୍ଷମ ଉପକୃତ ହେବେ । ନକଲି ଭିନ୍ନକ୍ଷମ ପାଇଁ ପ୍ରକୃତ ଭିନ୍ନକ୍ଷମ ବ୍ୟକ୍ତିମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ମତ ପ୍ରକାଶ ପାଇଥିଲା । ରାଜ୍ୟରେ ବାସ୍ତବ ଦିବ୍ୟାଙ୍ଗ ତଥା ଭିନ୍ନକ୍ଷମ ବ୍ୟକ୍ତିଙ୍କ ନାମରେ ଚାଲିଥିବା ଜାଲ ପ୍ରମାଣପତ୍ରକୁ ବନ୍ଦ କରିବା କ୍ଷେତ୍ରରେ ସରକାରୀ, ବେସରକାରୀ ଏବଂ ଗଣମାଧ୍ୟମର ବହୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଆଶ୍ରୟର ନିର୍ଦ୍ଦେଶକ ଓ ସମାଜସେବୀ ଲୋକନାଥ ଦାଶଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଓ ବକ୍ତଭାବେ ଯୋଗ ଦେଇଥିବା ସାମ୍ବାଦିକ ଦିଲ୍ଲୀପ ସୁବୁଦ୍ଧି, ସାହିତ୍ୟିକା ଡଃ ସୁଚେତା ରାଉତ, ଓଡ଼ିଶାର ପ୍ରଥମ ଭିନ୍ନକ୍ଷମ ପ୍ରଶାସନିକ ସେବା ଅଧିକାରୀ ସନ୍ନ୍ୟାସ ବେହେରା, ବରିଷ୍ଠ ନାଗରିକ ଯୁଗଳ ସାହୁ ମତବ୍ୟକ୍ତ କରିବା ସହ ଡୋଟ୍‌ଷ୍ଟେପ୍ ଯୋଜନା ମାଧ୍ୟମରେ ପ୍ରକୃତ ଭିନ୍ନକ୍ଷମ ହିତାଧିକାରୀଙ୍କୁ ସରକାରଙ୍କ ତରଫରୁ ଯୋଗାଇ ଦିଆଯାଉଥିବା ସୁବିଧା ସୁଯୋଗକୁ ପହଞ୍ଚାଯାଉ ବୋଲି ମତବ୍ୟକ୍ତ କରିଥିଲେ । ଆଶ୍ରୟର ଉକ୍ତ ପ୍ରୟାସକୁ ସମସ୍ତ ଅତିଥିମାନେ ସ୍ୱାଗତ କରିବା ସହିତ ନିଜନିଜ ସାଧ୍ୟମତେ ପ୍ରକୃତ ଭିନ୍ନକ୍ଷମମାନଙ୍କୁ ଚିହ୍ନଟ କରି ସୁବିଧା ସୁଯୋଗ ପହଞ୍ଚାଇବା ଉଚିତ ବୋଲି ମତବ୍ୟକ୍ତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ