ସୁଇପର ଅବସର ନେଇ ସାରିଥିବାରୁ ୩ ମାସ ହେଲା ୱାର୍ଡରେ ଗନ୍ଧମୟ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ହସ୍ପିଟାଲର ସୁଇପର ଅବସର ନେଇ ସାରିଥିବାରୁ ୩ ମାସ ହେଲା ୱାର୍ଡରେ ଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି । ଏହି ଡାକ୍ତରଖାନାରେ ହାତୀବାଡ଼ି କୁଷ୍ଠାଶ୍ରମର ୧୪୦ ରୋଗୀ, ନିକଟରେ ଥିବା ସାନ୍ତ୍ର୍ରା କୁଷ୍ଠ କଲୋନୀ ଓ ନୂଆପଡ଼ା କୁଷ୍ଠ କଲୋନୀର ୧୦୦୦ରୁ ଉର୍ଦ୍ଧ୍ୱ ପରିବାର ନିର୍ଭରଶୀଳ । ତେଣୁ ସମଗ୍ର ରାଜ୍ୟରେ କିଭଳି କୁଷ୍ଠ ନିରାକରଣ ଓ ଥଇଥାନ ଯୋଜନା ଚାଲିଛି ତାହା କୁଷ୍ଠାଶ୍ରମ ଓ କୁଷ୍ଠ ଚିକିତ୍ସାଳୟଗୁଡ଼ିକରୁ ସ୍ପଷ୍ଟ ଜଣାପଡୁଛି କି ଅଧିକାରୀମାନେ ନିଜର ଅପରାଗତାକୁ ଲୁଚାଇବାକୁ ଯାଇ ମହାମହିମ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ନ ଜଣାଇ ସଂଘକୁ ଭାଙ୍ଗିଦେବେକି? ସୂଚନା ଅଧିକାରୀ ଆଇନରେ ସଂଘକୁ ମଗାଯାଇଥିବା ତଥ୍ୟ ମଧ୍ୟ ସଂଘ ତରଫରୁ କୌଣସି ତଥ୍ୟ ମିଳୁନାହିଁ । ଜାତୀର ଜନକ ମହାତ୍ମାଗାନ୍ଧୀଙ୍କ ତିରୋଧାନ ଦିବସକୁ ସମଗ୍ର ଦେଶରେ କୁଷ୍ଠ ନିରାକରଣ ଦିବସ ଭାବେ ପାଳନ କରାଯାଉଥିବା ବେଳେ ଓଡ଼ିଶାରେ ବସବାସ କରୁଥିବା ଅନାହାର କ୍ଲିଷ୍ଟ, ଅଛ୍ରୁଆଁ, ନିଷ୍ପେଶିତ ଦରିଦ୍ର କୁଷ୍ଠରୋଗୀମାନଙ୍କୁ ବାସ୍ତବ ସାମାଜିକ ସେବା ଯୋଗାଇ ଦେବାପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ରାଜ୍ୟ କୁଷ୍ଠ କଲ୍ୟାଣ ମହାସଂଘର ସଭାପତି ଶ୍ରୀ ଦୁର୍ଯ୍ୟୋଧନ ସାହୁ ଓ ସାଧାରଣ ସଂପାଦକ ଶ୍ରୀ ବିପିନ ବିହାରୀ ପ୍ରଧାନ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ନିବେଦନ କରିଛନ୍ତି ।


