ସରକାରୀ ଅଫିସ କାନ୍ଥ ଗୁଡିକୁ ରଙ୍ଗବେରଙ୍ଗର ସଜାଇବାରେ ବ୍ୟସ୍ତ ଚିତ୍ରଶିଳ୍ପୀ ସୈାମ୍ୟରଞ୍ଜନ

କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ପୈାରସଂସ୍ଥା ପକ୍ଷରୁ ସହରର ବିଭିନ୍ନ ସରକାରୀ କାର୍ଯ୍ୟାଳୟର କାନ୍ଥ ଗୁଡିକୁ ରଙ୍ଗବେରଙ୍ଗରେ ସଜାଇବାରେ ବ୍ୟସ୍ତ ରହିଛନ୍ତି ଚିତ୍ରଶିଳ୍ପୀ ସୈାମ୍ୟ ରଞ୍ଜନ ପଟ୍ଟନାୟକ । ସହରକୁ ସୈାନ୍ଧର୍ଯ୍ୟକରଣ କରିବା ପାଇଁ ପୋରସଂସ୍ଥା ପକ୍ଷରୁ ନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଚାଲିଥିବା ଏହି କାର୍ଯ୍ୟକ୍ରମରେ ଚିତ୍ରଶିଳ୍ପୀ ଶ୍ରୀ ପଟ୍ଟନାୟକ ସାରା ସହର କରୋନା ଲକଡାଉନ ଥିବା ବେଳେ ଅତି ନିପୁଣ ଭାବରେ ତାଙ୍କ ରଙ୍ଗତୂଳୀର ମୁନରେ ରଙ୍ଗାୟିତ କରିଚାଲିଛନ୍ତି ସଂପୂର୍ଣ୍ଣ ସହରକୁ । ସାରା ସହରଟା ସୈାନ୍ଧର୍ଯ୍ୟରେ ଭରପୁର ହୋଇ ଉଠିଥିବା ଦେଖାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ