ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟରେ ସ୍ଥାୟୀ ପ୍ରଧାନ ଶିକ୍ଷକ ନିଯୁକ୍ତି କେବେ ?

କୋଣାର୍କ, (ଜ୍ୟୋସ୍ନା ରାଣୀ ପ୍ରସାଦ) :-କୋଣାର୍କ ଥାନା ଅଧିନସ୍ଥ କାଦୁଆନୂଆଗାଁ ଗ୍ରାମ ପଞ୍ଚାୟତରେ ଗତ ୨୦୦୮ ମସିହା ଠାରୁ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ଖୋଲା ଯାଇଥିଲେ ମଧ୍ୟ ସ୍ଥାୟୀ ପ୍ରଧାନ ଶିକ୍ଷକ ନିଯୁକ୍ତି ନ ହେବା ଫଳରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ଥ ହୋଇପଡିଛି । ଖବରରୁ ପ୍ରକାଶ ଯେ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ, ଧନିତ୍ରୀକୁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ୫ଟି ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟର ମାନ୍ୟତା ମିଳିଛି । ମାତ୍ର ଏହି ବିଦ୍ୟାଳୟରେ ସିନିୟର ଏସ ଏସ କ୍ୟାଡରର ଜଣେ ସ୍ଥାୟୀ ପ୍ରଧାନ ଶିକ୍ଷକ ନିଯୁକ୍ତି ପାଇଁ ସରକାରୀ ନିର୍ଦ୍ଦେଶନାମା ଥିଲେ ମଧ୍ୟ ତାହା ଅଦ୍ୟାବଧି କାର୍ଯ୍ୟକାରୀ କରାଯାଉନାହିଁ । ଏହି ବିଦ୍ୟାଳୟରେ ସ୍ଥାୟୀ ପ୍ରଧାନ ଶିକ୍ଷକ ନିଯୁକ୍ତି ପାଇଁ ବାରମ୍ବାର ଛାତ୍ର ଅଭିଭାବକ, ପୁରାତନ ଛାତ୍ର, ଗ୍ରାମବାସୀ, ବୁଦ୍ଧିଜୀବୀ ମାନଙ୍କ ପକ୍ଷରୁ କାଦୁଆନୂଆଗାଁ ବିକାଶ ପରିଷଦର ସଭାପତି ତଥା ବରିଷ୍ଠ ସାମ୍ବାଦିକ ଭାଗୀରଥୀ ସ୍ଵାଇଁ ବିଭିନ୍ନ ସମୟରେ ପୁରୀ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୁଖଙ୍କୁ ଲିଖିତ ଅଭିଯୋଗ କରୁଆସୁଥିଲେ ମଧ୍ୟ ଜିଲ୍ଲା ଶିକ୍ଷା ବିଭାଗ ଏ ଦିଗରେ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରୁ ନାହାନ୍ତି । ଫଳରେ ବିଦ୍ୟାଳୟରେ ସ୍ଥାୟୀ ପ୍ରଧାନ ଶିକ୍ଷକ ନ ଥିବାରୁ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହେବା, ଶିକ୍ଷକ ମାନେ ସଠିକ ସମୟରେ ବିଦ୍ୟାଳୟ ନ ଆସିବା, ଛାତ୍ର ଛାତ୍ରୀ ମାନେ ଉନ୍ନତମାନର ଶିକ୍ଷାଦାନରୁ ବଂଚିତ ହେବା ଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଏହି ବିଦ୍ୟାଳୟରେ ସିନିୟର ଏସ ଏସ ପ୍ରଧାନ ଶିକ୍ଷକ ବଦଳରେ ଜଣେ ଲେବୁଲ ୫ ଜୁନିଅର କ୍ୟାଡରର ଶିକ୍ଷକଙ୍କୁ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଭାବେ ଦାୟିତ୍ବ ପ୍ରଦାନ କରାଯାଇଛି। ଏହି ବିଦ୍ୟାଳୟରେ ଜଣେ ଲେବୁଲ ୫ଜୁନିଅର କ୍ୟାଡରର ଶିକ୍ଷକ ଏହି ଦାୟିତ୍ବରେ ଥିବାରୁ ବିଦ୍ୟାଳୟର ଅଧିକାଂଶ ଶିକ୍ଷକ ତାଙ୍କ କଥା ନ ମାନି ନିର୍ଧାରିତ ସମୟ ଠାରୁ ବିଳମ୍ବ ଆସିବା ନେଇ ମୁଖ୍ଯତଃ ଶିକ୍ଷାଦାନ ବାଧାପ୍ରାପ୍ତ ହେବା ସହ ଏଠାରେ ପ୍ରଶାସନିକ ବ୍ୟବସ୍ଥା ଠାଣୁ ପାଲଟିଛି ବୋଲି ସାଧାରଣରେ ଅଭିଯୋଗ ହେଉଛି । ଏହି ବିଦ୍ୟାଳୟରେ ୫ଟି ରୂପାନ୍ତରିତ ବିଦ୍ୟାଳୟର ମାନ୍ୟତା ମିଳି ଥିବା ବେଳେ ୫ଟି ଅନ୍ତର୍ଗତ କେତେକ କାର୍ଯ୍ୟ ଅଧାପନ୍ତରିଆ ଭାବେ ପଡ଼ିରହିଥିବା ଦେଖିବାକୁ ମିଳିଛି । ଏହି ବିଦ୍ୟାଳୟଟି ୫ଟି ଅଧିନରେ ଅନ୍ତର୍ଭୁକ୍ତ ହୋଇଥିବାରୁ ଏହି ବିଦ୍ୟାଳୟରେ ସ୍ଥାୟୀ ପ୍ରଧାନ ଶିକ୍ଷକ ନିଯୁକ୍ତି ସହ ଆବଶ୍ୟକ କର୍ମଚାରୀ ନିଯୁକ୍ତି କରିବା ପାଇଁ ଛାତ୍ର ଅଭିଭାବକ, ପୁରାତନ ଛାତ୍ର ଛାତ୍ରୀ, ବୁଦ୍ଧିଜୀବୀ, ସଚେତନ ନାଗରିକ ମାନଙ୍କ  ପକ୍ଷରୁ କାଦୁଆ ନୂଆଗାଁ ବିକାଶ ପରିଷଦର ସଭାପତି ତଥା ବରିଷ୍ଠ ସାମ୍ବାଦିକ ଭାଗୀରଥୀ ସ୍ଵାଇଁ ପୁରୀ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ