ସରକାରୀ କର୍ମଚାରୀଙ୍କ ପାଇଁ ଇଣ୍ଡିଆନ ସିଟିଜେନସ୍ ପାର୍ଟିର ୧୫ ଦଫା ଦାବି

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଇଣ୍ଡିଆନ ସିଟିଜେନସ୍ ପାର୍ଟି ଓଡ଼ିଶା ରାଜ୍ୟ କମିଟିର କାର୍ଯ୍ୟକାରୀ କମିଟି ବୈଠକ ସଭାପତି ଶ୍ରୀ ରମେଶ ଚନ୍ଦ୍ର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାର ସରକାରୀ କର୍ମଚାରୀ ମାନଙ୍କ ପାଇଁ ୧୫ ଦଫା କାର୍ଯ୍ୟକ୍ରମ ଦାବି କରାଯାଇଛି । ନିର୍ବାଚନରେ ଦଳ ଓଡ଼ିଶାରେ ସରକାର ଗଢିଲେ ଏ ସମସ୍ତ ୧୫ ଦଫା କାର୍ଯ୍ୟକ୍ରମ ୨୦୨୪ ଜୁନ୍ ମାସରୁ କାର୍ଯ୍ୟକାରୀ ହେବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି ।(୧) ସରକାରୀ କର୍ମଚାରୀ ଏବଂ ସେମାନଭ୍‌କ ପରିବାର ବର୍ଗଙ୍କର ଧନ, ଜୀବନ, ମର୍ଯ୍ୟାଦା ଓ ଜୀବିକାର ଶତ ପ୍ରତିଶତ ସୁରକ୍ଷା ଓ ନିରାପତ୍ତା ପାଇଁ ନୀତି, ନିୟମ ଏବଂ ସ୍ୱତନ୍ତ୍ର ଆଇନ ପ୍ରଣୟନ ହେଉ, (୨) ଅତ୍ୟଧିକ ସରକାରୀ କାର୍ଯ୍ୟର ଚାପମୁକ୍ତ ରଖ।।ଉ, ସମ୍ପତ୍ତି ବିବରଣୀ ଦେବା ଆଇନ୍ ଓ ନିର୍ଦ୍ଦେଶାବଳୀ ସରକାର ପ୍ରତ୍ୟାହାର କରନ୍ତୁ, (୩) ନୂତନ ପେନସନ ଏବଂ ପୁରୁଣା ପେନସନ ବ୍ୟବସ୍ଥାରୁ ଯେକୌଣସି ଗୋଟିଏ ବାଛିବାକୁ ଅଧିକାର ଦିଆଯାଉ, (୪) ଋଣଗ୍ରସ୍ତ ସରକାରୀ କର୍ମଚାରୀମାନଙ୍କୁ ସରଳ ସୁଧରରେ ଏବଂ ଦୀର୍ଘମିଆଦୀ ସୂତ୍ରରେ ଋଣ ପ୍ରଦାନ କରାଯାଉ, (୫) ସମାନ କାମକୁ ସମାନ ଦରମା ଓ ସମାନ ଚାକିରୀ ପ୍ରାପ୍ୟ ପାଇବା ପାଇଁ ସ୍ୱତନ୍ତ୍ର ଆଇନ ପ୍ରଣୟନ ହେଉ ଏବଂ ଅସ୍ଥାୟୀ କର୍ମଚାଣୀମାନଙ୍କୁ ଚାକିରୀରେ ଯୋଗ ଦେବା ଦିନଠାରୁ ହିସାବ କରି ସେମାନଙ୍କର ବେକୟା ପ୍ରାପ୍ୟ ପ୍ରଦାନ କରାଯାଉ, (୬) ସରକାରୀ କାର୍ଯ୍ୟାଳୟକୁ ଯିବା ଆସିବା ପାଇଁ ମାଗଣା ମସ୍ ଓ ଟ୍ରେନ୍ ପାସ୍ ଦିଆଯାଉ, (୭) ସମସ୍ତ ସରକାରୀ କର୍ମଚାରୀମାନଙ୍କୁ ସେମାନଙ୍କର ଚାକିରୀ କାର୍ଯ୍ୟକାଳ ସମୟରେ ଅତି କମ୍‌ରେ ୪ଟି ପଦୋନ୍ନତି ଦିଆଯାଉ, (୮)ସମସ୍ତ ବର୍ତ୍ତମାନର ଏବଂ ପୂର୍ବତନ ରାଜନେତାଙ୍କ ଆୟ ବିର୍ହିଭୁତ ସମ୍ପତ୍ତି ଜବତ ହେବା ପର୍ଯ୍ୟନ୍ତ ସମସ୍ତ ସରକାରୀ କର୍ମଚାରୀଙ୍କ ଉପରେ ଭିଜିଲାନ୍ସ ରେଡ୍ ସ୍ଥଗିତ ରହୁ, (୯) ଦୁର୍ନୀତିରେ ଲିପ୍ତ ସରକାରୀ କର୍ମଚାରୀମାନଙ୍କୁ ତିନିଥର ଲିଖିତ ସତର୍କ (ଡବକ୍ସଦ୍ଭସଦ୍ଭଶ) ନିର୍ଦ୍ଦେଶ ଦେଲା ପରେ ଭିଜିଲାନ୍ସ ରେଡ଼ କରଯାଉ, (୧୦) ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ହୋଇଥିବା ସମସ୍ତ ଭିଜିଲାନ୍ସ ମାମଲା ପ୍ରତ୍ୟାହାର କରାଯାଉ, (୧୧) କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ହେଲେ ତାଙ୍କର ପୁଅ କିମ୍ବା ଝିଅଙ୍କୁ ଏକ ମାସ ମଧ୍ୟରେ ଥଇଥାନ ନିଯୁକ୍ତି ଦେବା ପାଇଁ ସ୍ୱତନ୍ତ୍ର ଆଇନ ପ୍ରଣୟନ ହେଉ, (୧୨) ଅବସରପ୍ରାପ୍ତ ସରକାରୀ କର୍ମଚାରୀମାନଙ୍କୁ ମାସିକ ସର୍ବନିମ୍ନ ୧୦୦୦.୦୦ (ଏକ ହଜାର ଟଙ୍କା) ଚିକିତ୍ସା ଓ ଔଷଧ ଖର୍ଚ୍ଚ ପ୍ରଦାନ କରାଯାଉ । ଅଧିକ ଖର୍ଚ୍ଚର ଆବଶ୍ୟକତା ଥିଲେ, ଆବଶ୍ୟକୀୟ ପରିମାଣ ଦେବା ପାଇଁ ଅବସର ନେଇଥିବା କାର୍ଯ୍ୟାଳୟ ଅଧିକାରୀଙ୍କୁ କ୍ଷମତା ଦିଆଯାଉ, (୧୩) ସରକାରୀ କର୍ମଚାରୀ ମାନଙ୍କ ପିଲ ମାନଙ୍କର ପାଠ ପଢିବା ପାଇଁ ବାଧ୍ୟତାମୂଳକ ଶିକ୍ଷା ବୀମା ସ୍କିମ୍ କାର୍ଯ୍ୟକାରୀ କରାଯାଉ, (୧୪) ମହିଳା କର୍ମଚାରୀ ମାନଙ୍କ ପାଇଁ ଧନ ଜୀବନ ଓ ମର୍ଯ୍ୟାଦାର ଶତ ପ୍ରତିଶତ ସୁରକ୍ଷା, ନିରାପତ୍ତା ପାଇଁ ସ୍ୱତନ୍ତ୍ର ସ୍କିମ୍ ପ୍ରଚଳନ କରାଯାଉ (୧୫) ସରକାରୀ ଓ ଅବସର ପ୍ରାପ୍ତ ସରକାରୀ କର୍ମଚାରୀଙ୍କର ମୃତ୍ୟୁରେ ମର୍ଯ୍ୟାଦାଜନକ ଶବ ସତ୍କାର ଏବଂ ରାଜ୍ୟ ସରକାରଙ୍କ ତରଫରୁ ସମ୍ମାନ ପ୍ରଦାନ କରାଯାଉ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ