ସରକାରୀ ଚାକିରିରେ ଆଉଟ ସୋର୍ସିଂ ପ୍ରଥା ବିଲୋପ ଦାବି

ବାଲେଶ୍ୱର, (ସରୋଜ ପଣ୍ଡା):ରାଜ୍ୟରେ ବିଭିନ୍ନ ବିଭାଗରେ କାର୍ଯ୍ୟରତ ଠିକା କର୍ମଚାରୀଙ୍କୁ ସରକାର ନିୟମିତ କରୁଥିବା ବେଳେ ଆଉଟସୋର୍ସିଂ କର୍ମଚାରୀଙ୍କ ପ୍ରତି ଅବିଚାର କରାଯାଇଛି ବୋଲି ଅଭିଯୋଗ ଆଣିଛିି ଓଡ଼ଶା ସରକାରୀ ଆଉଟସୋର୍ସିଂ କର୍ମଚାରୀ ମହାସଂଘ । ସ୍ଥାନୀୟ ବ୍ରିଟ୍ କଲ୍ୟାଣ ମଣ୍ଡପରେ ଆୟୋଜିତ ମହାସଂଘର ଜିଲ୍ଲାସ୍ତରୀୟ ସାଧାରଣ ସଭାରେ ରାଜ୍ୟ ସଭାପତି ସଞ୍ଜୟ ପଟ୍ଟନାୟକ ଯୋଗଦେଇ ଓଡିଶାରେ ଦୀର୍ଘଦିନ ଧରି ରାଜ୍ୟ ସରକାରଙ୍କ ପକ୍ଷରୁ ଚାଲିଥିବା ଆଉଟସୋର୍ସିଂ ବ୍ୟବସ୍ଥାର ଅବସାନ ଏକାନ୍ତ ଆବଶ୍ୟକ ବୋଲି କହିଥିଲେ । ଆଉଟସୋର୍ସିଂ କର୍ମଚାରୀଙ୍କ ପ୍ରତି ସରକାର ଅଦ୍ୟାବଧି କୌଣସି ନିଷ୍ପତ୍ତି ନ ନେବା ଦୁର୍ଭାଗ୍ୟର ବିଷୟ ବୋଲି ସେ ମତ ଦେଇଥିଲେ । ସ୍ୱଳ୍ପ ଦରମା ଓ ଅନିଶ୍ଚିତ ଭବିଷ୍ୟତ ମଧ୍ୟରେ ବି ଦିନ ରାତି ଏକ କରି ଶାସନର ମେରୁଦଣ୍ଡ ସାଜିଥିବା ଆଉଟସୋର୍ସିଂ କର୍ମଚାରୀଙ୍କ ପ୍ରତି ସରକାର ଉଚିତ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ସେମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଶ୍ରୀ ପଟ୍ଟନାୟକ ଚେତାବନୀ ଦେଇଛନ୍ତି । ସଂଗଠନର ରାଜ୍ୟ ସାଧାରଣ ସମ୍ପାଦକ ମାନସ ରଞ୍ଜନ ଦାଶ, ମହାସଂଘର କୋଷାଧ୍ୟକ୍ଷ ସଚିତ୍ର କୁମାର ଦାଶ, କାର୍ଯ୍ୟକାରୀ ସଦସ୍ୟ ଅସୀମାନନ୍ଦ ରାୟ ପ୍ରମୁଖ ଏଥିରେ ଯୋଗଦେଇ ଆଉଟସୋର୍ସିଂ କର୍ମଚାରୀଙ୍କ ସ୍ୱାର୍ଥରକ୍ଷାର ବିଭିନ୍ନ ଦିଗ ସମ୍ପର୍କରେ ଆଲୋକପାତ କରିଥିଲେ । ବାଲେଶ୍ୱର ଆଉଟସୋର୍ସିଂ କର୍ମଚାରୀ ସଂଘର ଜିଲା ସଭାପତି ପ୍ରଶାନ୍ତ ବାରିକଙ୍କ ପୌରୋହିତ୍ୟରେ ଆୟୋଜିତ ସଭାରେ ସମ୍ପାଦକ ପ୍ରଶାନ୍ତ କୁମାର ବେହେରା ବିବରଣୀ ପ୍ରଦାନ କରିଥିଲେ । ଶେଷରେ ସାନୁ କୁମାର ଶାସମଲ ସଭାରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ