ସରକାରୀ ଜମି ଜବରଦଖଲ ଓ ମରଣାନ୍ତଙ୍କ ଆକ୍ରମଣ ଅଭିଯୋଗ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବଗଡା ଗ୍ରାମର ଗୁରୁ ପ୍ରସାଦ ପାଣିଙ୍କ ପତ୍ନୀ ପ୍ରଣତୀ କୁମାରୀ ଦାଶ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ ଡେରାବିଶ ତହସିଲ ଅନ୍ତର୍ଗତ ଚାଟରା ଶାସନ ଗ୍ରାମର ନିଜକୁ ଶ୍ରମିକ ସଂଗଠନର ନେତା ବୋଲାଉଥିବା ସ୍ୱର୍ଗତ ମଧୁସୁଦନ ମିଶ୍ରଙ୍କ ପୁଅ ଶରତ ଚନ୍ଦ୍ର ମିଶ୍ର ନିଜ ନାମରେ ଥିବା ଘରବାଡି ଜମି ପାଖରେ ପ୍ଲଟ ନମ୍ବର ୧୩୩ ପତିତ ଓ ୯୫ ନମ୍ବର ପ୍ଲଟ ଗୋଚର କିଷମ ସରକାରୀ ଜମିକୁ ଅକ୍ତିଆର କରିନେବା ସହିତ ପ୍ଲଟ ନମ୍ବର ୧୪୯ ଗ୍ରାମ୍ୟ ରାସ୍ତାକୁ ମଧ୍ୟ ଅବରୋଧ କରି ରଖିଛନ୍ତି । ଏଥିସହିତ ସେହି ଜମି ନିକଟରେ ଥିବା ପ୍ରଣତୀଙ୍କ ଜମିକୁ ଥିବା ବାଟକୁ ମଧ୍ୟ ଶରତ ମିଶ୍ର ଅବରୋଧ କରିଥିବା ସେ ଅଭିଯୋଗ କରିଛନ୍ତି । ଏହାବ୍ୟତିତ ପ୍ରଣତୀଙ୍କ ସ୍ୱାମୀ ଗୁରୁ ପ୍ରସାଦ ପାଣି ତାଙ୍କ ପତ୍ନୀଙ୍କ ଚାଟରା ଶାସନରେ ଥିବା ତାଙ୍କ ଫାର୍ମହାଉସକୁ ଗତ ୨୧ତାରିଖରେ ତାଙ୍କ ବାଇକରେ ଯିବା ବେଳେ ୪ଜଣ ଯୁବକ ତାଙ୍କୁ ୫ନମ୍ବର ଜାତୀୟ ରାଜପଥର ଛତାଛକ ପୂର୍ବରୁ ଅଟକାଇ ଅତ୍ୟନ୍ତ ଅଶ୍ଳିଳ ଭାଷାରେ ଗାଳି ଗୁଲଜ କରିବା ସହ ସେହି ଫାର୍ମହାଉସକୁ ଆଉ ନଜିବା ପାଇଁ ଧମକ ଦେଇଥିଲେ । ନଚେତ ତାଙ୍କ ପରିବାରକୁ ଶେଷ କରି ଦିଆଯିବ ବୋଲି ସେମାନେ ଧମକ ଦେଇଥିଲେ । ପୂର୍ବରୁ ଶରତ ମିଶ୍ର ଓ ତାଙ୍କ ସାନଝିଅ ରାସ୍ତାରେ ଗୁରୁପ୍ରସାଦଙ୍କୁ ଅଟକାଇ ଗାଳିଗୁଲଜ କରିଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି । ଶରତ ମିଶ୍ର ଗୁଣ୍ଡା ଲଗାଇ ତାଙ୍କ ସ୍ୱାମୀଙ୍କୁ ମାରିଦେବାକୁ ଉଦ୍ୟମ କରୁଥିବା ଗୁରୁ ପ୍ରସାଦ ଡେରାବିଶ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ସେହି ଅଭିଯୋଗକୁ ଭିତ୍ତିକରି ଡେରାବିଶ ଥାନାରେ ୨୧୧/ ୨୦୨୨ରେ ଆଇ.ପି.ସି.ର ଧାରା ୩୪୧, ୨୯୪, ୫୦୬ ଓ ୩୪ ଦଫାରେ ଏକ ମାମଲା ରୁଜୁ ହୋଇଥିଲେ ମଧ୍ୟ ପୋଲିସ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିନଥିବା ସେ ଅଭିଯୋଗ କରିଛନ୍ତି । ଏହି ଅଭିଯୋଗର ନକଲ କେନ୍ଦ୍ରାଞ୍ଚଳ ଆଇ.ଜି. , ରାଜସ୍ୱ ସଚିବ, ୫-ଟି ସଚିବ ଓ ମୁଖ୍ୟ ଶାସନ ସଚିବଙ୍କୁ ପ୍ରଦାନ କରାଯାଇଥିବା ଅଭିଯୋଗକାରୀ ସୂଚନା ଦେଇଛନ୍ତି ।ଅଶ୍ଳିଳ ଭାଷାରେ ଗାଳି ଗୁଲଜ କରିବା ସହ ସେହି ଫାର୍ମହାଉସକୁ ଆଉ ନଜିବା ପାଇଁ ଧମକ ଦେଇଥିଲେ । ନଚେତ ତାଙ୍କ ପରିବାରକୁ ଶେଷ କରି ଦିଆଯିବ ବୋଲି ସେମାନେ ଧମକ ଦେଇଥିଲେ । ପୂର୍ବରୁ ଶରତ ମିଶ୍ର ଓ ତାଙ୍କ ସାନଝିଅ ରାସ୍ତାରେ ଗୁରୁପ୍ରସାଦଙ୍କୁ ଅଟକାଇ ଗାଳିଗୁଲଜ କରିଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି । ଶରତ ମିଶ୍ର ଗୁଣ୍ଡା ଲଗାଇ ତାଙ୍କ ସ୍ୱାମୀଙ୍କୁ ମାରିଦେବାକୁ ଉଦ୍ୟମ କରୁଥିବା ଗୁରୁ ପ୍ରସାଦ ଡେରାବିଶ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ସେହି ଅଭିଯୋଗକୁ ଭିତ୍ତିକରି ଡେରାବିଶ ଥାନାରେ ୨୧୧/ ୨୦୨୨ରେ ଆଇ.ପି.ସି.ର ଧାରା ୩୪୧, ୨୯୪, ୫୦୬ ଓ ୩୪ ଦଫାରେ ଏକ ମାମଲା ରୁଜୁ ହୋଇଥିଲେ ମଧ୍ୟ ପୋଲିସ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିନଥିବା ସେ ଅଭିଯୋଗ କରିଛନ୍ତି । ଏହି ଅଭିଯୋଗର ନକଲ କେନ୍ଦ୍ରାଞ୍ଚଳ ଆଇ.ଜି. , ରାଜସ୍ୱ ସଚିବ, ୫-ଟି ସଚିବ ଓ ମୁଖ୍ୟ ଶାସନ ସଚିବଙ୍କୁ ପ୍ରଦାନ କରାଯାଇଥିବା ଅଭିଯୋଗକାରୀ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ