ସରକାରୀ ବିଦେଶୀ ମଦ ଦୋକାନ ବନ୍ଦ ଦାବିରେ ବିକ୍ଷୋଭ ପ୍ରଦର୍ଶନ
ନିମାପଡା (ସନ୍ତୋଷ ଦାଶ ) ପୁରୀ ଜିଲ୍ଲା ଚାରିଛକ ଠାରେ ନୂତନ ଭାବେ ଖୋଲାଯାଇଥିବା ବିଦେଶୀ ମଦଦୋକାନ କୁ ବନ୍ଦ କରିବା ଦାବିରେ ଆଜି ଦଳିତ ଅଧିକାର ସଂଗଠନ ଓ ଚାରିଛକ ନିଶାମୁକ୍ତ ଅଭିଯାନ ପକ୍ଷରୁ ଚାରିଛକ ବଜାର ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା l ଚାରିଛକ ବଜ଼ାର ନିକଟରେ ଏକ ମହିଳା କଲେଜ, ଏକ ପ୍ରାଥମିକ ବିଦ୍ୟାଳୟ, ଏକ ଶୈବପୀଠ ଓ ସ୍ୱାସ୍ଥ୍ୟକେନ୍ଦ୍ର ରହିଛି l ଏଣୁ ଏଠାରେ ଆଜି ସରକାର ଙ୍କ ପକ୍ଷରୁ ନୂତନ ଭାବେ ଖୋଲା ଯାଇ ଥିବା ବିଦେଶୀ ମଦ ଦୋକାନ କୁ ବନ୍ଦ କରିବାକୁ ସଂଗଠନ ର ଅଶୋକ କୁମାର ରାଉତ, ବ୍ରହ୍ମାନନ୍ଦ ଭୋଇ,ସୁମନ୍ତ ଭୋଇ, ସୁନିଲ କାଣ୍ଡି,ବାନାମ୍ବର ରାଉତ, ମଣ୍ଟୁ ବାରିକ,ଦିଲୀପ ଭୋଇ, ହରିହର ଭୋଇ ପ୍ରମୁଖ ଶତାଧିକ ସଭ୍ୟ ଚାରିଛକ ବଜ଼ାର ଠାରେ ପ୍ଲା- କାର୍ଡ ଧରି ସ୍ଲୋଗାନ ଦେଇଥିଲେ l ଏହାପରେ ସଂଗଠନ ପକ୍ଷରୁ ଏକ ଦାବିପତ୍ର ସ୍ଥାନୀୟ ବିଧାୟକ ତଥା ଗଣଶିକ୍ଷା ମନ୍ତ୍ରୀ, ଅବକାରୀ ସଚିବ, ପୁରୀ ଜିଲ୍ଲାପାଳ,ଜିଲ୍ଲା ଅବକାରୀ ବିଭାଗ ସୁପରିଟେଣ୍ଡେଣ୍ଟ, ନିମାପଡା ଏସ ଡି ପି ଓ, ଥାନା ଆଇ ଆଇ ସି ପ୍ରମୁଖ ଙ୍କ ଉଦେଶ୍ୟ ରେ ପ୍ରେରଣ କରାଯାଇଥିଲା l


