ସରକାରୀ ରାସ୍ତା ଅବରୋଧ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଫେରାଦ୍
ବାଲେଶ୍ୱର : ସହର ଅଙ୍ଗାରଗଡିଆ, କରଞ୍ଜିଆ ଏବଂ ଆଇ.ଟି.ଆଇ ପଡିଆ ପମ୍ପହାଉସ ନିକଟବର୍ତ୍ତୀ ଅଞ୍ଚଳର ସ୍ଥାୟୀ ବସ୍ତିବାସୀନ୍ଦାମାନେ ଦୀର୍ଘ ଦିନ ଧରି ବସତି ସ୍ଥାପନ କରିବା ସହ ସରକାରୀ ରାସ୍ତାରେ ଚଳପ୍ରଚଳ କରିଆସୁଛନ୍ତି । ବାଲେଶ୍ୱର ସହରରୁ ଉତ୍ତର-ପୂର୍ବ ଦିଗରେ ବିଦ୍ୟମାନ ଥିବା ଓଟି ରୋଡରେ ସରକାରୀ ଆଇ.ଟି.ଆଇ ପରେ ଏକ ସ୍ଥାୟୀ ପକ୍କା ସରକାରୀ ରୋଡ୍ ଆଇ.ଟି.ଆଇର ପମ୍ପ ହାଉସ୍ ଦକ୍ଷିଣ ଦିଗକୁ ଯାଇ କରଞ୍ଜିଆ ଗ୍ରାମକୁ ସଂଲଗ୍ନ କରୁଛି । ଉକ୍ତ ରାସ୍ତା ଦେଇ କରଞ୍ଜିଆ, ଅଙ୍ଗାରଗଡିଆ ତଥା ଆଇ.ଟି.ଆଇର ବସ୍ତିବାସୀନ୍ଦାମାନେ ଓଟି ରୋଡକୁ ଯାତାୟତ କରିଥାନ୍ତି । ଏହା ସହ ସେମାନଙ୍କର ଦୈନନ୍ଦିନ ଜୀବନଯାତ୍ରା କରିଥାନ୍ତି । ଉକ୍ତ ସରକାରୀ ରାସ୍ତାଟି ଆବହମାନ କାଳରୁ ବିଦ୍ୟମାନ ଥିଲା ଓ ଅଛି । ରାସ୍ତାର ଉତ୍ତରକୁ ସରକାରୀ ଆଇ.ଟି.ଆଇ ଓ ଦକ୍ଷିଣକୁ ସଦ୍ୟ ନିର୍ମିତ ସେଲ୍ଟେକ୍ସ ବାଉଣ୍ଡାରୀ ବିଦ୍ୟମାନ ଅଛି । ଆମ୍ଭେ ବସ୍ତିବାସୀନ୍ଦା ବିଶେଷ ସୂତ୍ରରୁ ଜାଣିବାକୁ ପାଇଲୁ ଯେ, ଆଇ.ଟି.ଆଇ କର୍ତ୍ତୃପକ୍ଷ ଉକ୍ତ ରାସ୍ତାଟିକୁ ବନ୍ଦ କରିବାର ଯୋଜନା କରୁଛନ୍ତି । ଯଦି ରାସ୍ତାଟି ବନ୍ଦ ହୋଇଯାଏ କରଞ୍ଜିଆ, ଅଙ୍ଗାରଗଡିଆ ଏବଂ ଆଇ.ଟି.ଆଇ ପମ୍ପହାଉସ ନିକଟର୍ତ୍ତୀ ବାସୀନ୍ଦାଙ୍କର ଦୈନନ୍ଦିନ ଜୀବନଯାତ୍ରା ବନ୍ଦ ହୋଇଯିବ ଓ ସେମାନେ ଓଟି ରୋଡକୁ ଗମନାଗମନ କରିବାକୁ ବଞ୍ଚିତ ହେବେ । ବାଲେଶ୍ୱର ସହରକୁ ଅମୃତ ଯୋଜନା କରିବାର ଲକ୍ଷ୍ୟ ନେଇ ସହରର ଗମନାଗମନକୁ ସରସସୁନ୍ଦର କରିବା ପାଇଁ ସରକାର ଯୋଜନା କରୁଥିବା ବେଳେ ସରକାରୀ କର୍ତ୍ତୃପକ୍ଷ ଜନସାଧାରଣଙ୍କ ଗମନାଗମନକୁ ବାଧା କରିବାର ଅପଚେଷ୍ଟା କରୁଛନ୍ତି । ଯାହାଦ୍ୱାରା ଜନଅସନ୍ତୋଷ ସୃଷ୍ଟି ହେବାର ପରିଲକ୍ଷିତ ହେଉଛି । ଏଣୁ ଆଇ.ଟି.ଅ।।ଇ କର୍ତ୍ତୃପକ୍ଷ ଉକ୍ତ ସ୍ଥାୟୀ ରାସ୍ତାକୁ ବନ୍ଦ କରିବାର ଅଭିସନ୍ଧି ରଖି ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନକୁ ବ୍ୟବହାର ନକରିବାକୁ ଏକ ନିର୍ଦ୍ଦେଶନାମା ଜାରୀ କରିବା ଉଦ୍ଦେଶ୍ୟରେ ବିହିତ ପଦକ୍ଷେପ ନିଆଯାଇ ଏକ ଜନମଙ୍ଗଳ ରାଷ୍ଟ୍ରରେ ସାଧାରଣ ଜନତାର ଜୀବନଯାତ୍ରାକୁ ଗୁରୁତ୍ୱ ଦିଆଗଲେ ବସ୍ତିବାସୀନ୍ଦାମାନେ ଉପକୃତ ହେବେ ବୋଲି ଆଶାବ୍ୟକ୍ତ କରୁଛୁ । ଏଥିରେ ଦିବାକର ଜେନା, ରମେଶ ଚନ୍ଦ୍ର ପତି, ଭାନୁମତୀ ନାୟକ, ରଜନୀ ମହାଳିକ, ସବିତା ଜେନା, ମୀନତି ନାୟକ, ଅନୁସୟା ଋଣା, ମମତା ମଜୁମ୍ଦାର, ଦେବକୀ ଦାସ, ଆରତୀ ପାତ୍ର, ରମାକାନ୍ତ ଧଳ, ବିଶ୍ୱନାଥ ନାୟକ ପ୍ରମୁଖଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ ।