ସରକାରୀ ସ୍କୁଲ୍ ଓ ବି.ଇଡି କଲେଜ ବନ୍ଦ ବିରୁଦ୍ଧରେଏ.ଆଇ.ଡି.ଏସ୍‌.ଓ.ର ବିକ୍ଷୋଭ

ଭୁବନେଶ୍ୱର, (ୱାଇଏନ୍ଏସ୍): ରାଜ୍ୟର ୧୪ ହଜାରରୁ ଉର୍ଦ୍ଧ୍ୱ ସ୍କୁଲ୍ ଓ ୧୪ଟି ସରକାରୀ ବି.ଇଡି କଲେଜ ବନ୍ଦ ବିରୁଦ୍ଧରେ ଏ.ଆଇ.ଡି.ଏସ୍‌୍‌.ଓ. ଭୁବନେଶ୍ୱର ସିଟି କମିଟି ତରଫରୁ ଭୁବନେଶ୍ୱର ବି.ଇ.ଓ. ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜାତୀୟ ଶିକ୍ଷାନୀତି ୨୦୨୦ ଲାଗୁ କରିବାକୁ ଯାଇ ତଥା ଶିକ୍ଷାର ଘରୋଇକରଣ ଓ ବ୍ୟବସାୟୀକରଣକୁ ତ୍ୱରାନ୍ୱିତ କରିବା ପାଇଁ ସରକାରୀ ସ୍କୁଲ୍ ଏବଂ ବି.ଇଡି. କଲେଜ ବନ୍ଦ କରାଯାଉଛି ବୋଲି ଏ.ଆଇ.ଡ଼ି.ଏସ୍‌.ଓ. ତରଫରୁ କୁହାଯାଇଛି । ବହୁ ଉପାନ୍ତ ଅଞ୍ଚଳରେ ଗମନାଗମନ ତଥା ପରିବହନ ବ୍ୟବସ୍ଥା ଦୁର୍ବଳ ଥିବାରୁ ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀମାନେ ସ୍କଲ୍ ବନ୍ଦ ଫଳରେ ଶିକ୍ଷାଲାଭରୁ ବଞ୍ôଚତ ହେବେ । ସେହିଭଳି ଅନ୍ୟ ରାଜ୍ୟକୁ ଲକ୍ଷାଧିକ ଛାତ୍ରଛାତ୍ରୀ ପ୍ରତିବର୍ଷ ବି.ଏଡ ପରୀକ୍ଷା ଦେବାକୁ ଯାଉଥିବା ବେଳେ ସେଲ୍‌ଫ ଫାଇନାନ୍ସିଂ, ବି.ଏଡକୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟରେ ବି.ଏଡ଼୍ କଲେଜ ବନ୍ଦ କରାଯାଉଛି ବୋଲି ଏ.ଆଇ.ଡ଼ି.ଏସ୍‌.ଓ ତରଫରୁ କୁହାଯାଇଛି । ରାଜ୍ୟରେ ନୂତନ ସରକାରୀ ସ୍କୁଲ୍ ଖୋଲିବାକୁ ଦାବି କରାଯାଉଥିବା ବେଳେ ୧୪ ହଜାର ପ୍ରାଇମେରୀ ସ୍କୁଲ୍ ବନ୍ଦ ଅତ୍ୟନ୍ତ ନିନ୍ଦନୀୟ ଓ ଶିକ୍ଷାବିରୋଧୀ ବାଲି ଏ.ଆଇ.ଡି.ଏସ୍‌.ଓ. ତରଫରୁ କୁହାଯାଇଛି । ସରକାର ଏହି ନିଷ୍ପତ୍ତିରୁ ତୁରନ୍ତ କ୍ଷାନ୍ତ ନହେଲେ ଆନ୍ଦୋଳନ ଜୋରଦାର ହେବ ବୋଲି ସଂଗଠନ ତରଫରୁ କୁହାଯାଇଛି । ଏ.ଆଇ.ଡି.ଏସ୍‌.ଓ. ଭୁବନେଶ୍ୱର ସିଟି କମିଟି ସମ୍ପାଦିକା ସ୍ୱସ୍ତୀ ସଙ୍ଗୀତା ଦଳାଇ, ଏବଂ ଉପସଭାପତି ସପ୍ତର୍ଷିନୀ ରାଉଳ ପ୍ରମୁଖ ଏହି ବିକ୍ଷୋଭର ନେତୃତ୍ୱ ନେଇଥିଲେ । ଏହି ବିକ୍ଷୋଭରେ ମୁଖ୍ୟ ବକ୍ତା ଭାବେ ଡ଼ି.ଏସ୍‌.ଓ. ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ପରମାନନ୍ଦ ସାହୁଙ୍କ ସମେତ ସଂଗଠନର ରୁପାଲି ଦିଗାଲ, ଅର୍ପିତା ଦେହୁରୀ ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ