ସରକାରୀ ସ୍ଥାନରେ ଝୁଲୁଛି ପ୍ରାର୍ଥୀଙ୍କ ପ୍ରଚାର ବୋର୍ଡ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ) :-ଚଳିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ନାଉଗାଁ ବ୍ଲକରେ ପ୍ରାର୍ଥୀଙ୍କ ଚୁଡାନ୍ତ ତାଲିକା ପ୍ରକାଶ ପାଇବା ସହିତ ପ୍ରାର୍ଥୀଙ୍କର ଚିହ୍ନ ଘୋଷଣା କରାଯାଇଛି । ପ୍ରାର୍ଥୀମାନେ ନିର୍ବାଚନୀ ଚିହ୍ନ ପାଇବା ପରେ ପ୍ରଚାର କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି । କିନ୍ତୁ ବହୁ ପ୍ରାର୍ଥୀ ଆଚରଣ ବିଧି ଉଲ୍ଲଘଂନ କରି ନିଜର ପ୍ରଚାର ପାଇଁ ସରକାରୀ ସ୍ଥାନ ତଥା ବିଦ୍ୟୁତ ଖୁଂଟ ଗୁଡିକରେ ନିଜର ପ୍ରଚାର ବୋର୍ଡ ଗୁଡିକ ଝୁଲାଉଥିବା ଦେଖିବାକୁ ମିଳିଛି । ବିଶେଷକରୀ ପୂର୍ତ ବିଭାଗ ଅଧିନ କୋକିଢିଅ-ତେଲସରା ରାସ୍ତାର ବାଲିସାହି ଠାରୁ ବାଂଶ ପର୍ଯ୍ୟନ୍ତ ଥିବା ବିଦ୍ୟୁତ ଖୁଂଟ ଗୁଡିକରେ ପ୍ରାର୍ଥୀଙ୍କର ପ୍ରଚାର ବୋର୍ଡ ଝୁଲୁଛି । ସେହିପରି କୋରୁଅ ପଂଚାୟତ କାର୍ଯ୍ୟାଳୟ ନିକଟରେ ମୁଖ୍ୟମନ୍ତ୍ରୀଙ୍କ ଫଟୋଚତ୍ର ଥିବା ବ୍ୟାନର ଲାଗିଥିବା ଜଣାଯାଇଛି । ବିଭିନ୍ନ ଦଳ ପକ୍ଷରୁ ଆଦର୍ଶ ଆଚରଣ ବିଧି ଉଲ୍ଲଘଂନ ହେଉଥିଲେ ମଧ୍ୟ ବ୍ଲକ ପ୍ରଶାସନ ନିରବ ରହିବା ପ୍ରଶାସନର କାର୍ଯ୍ୟ ଦକ୍ଷତା ଉପରେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ