ସରକାର ଗଠନ ହୋଇ ନପାରିଲେ ରାଷ୍ଟ୍ରପତି ଶାସନ: ବିଜେପି ନେତା
ମୁମ୍ବାଇ: ମହାରାଷ୍ଟ୍ର ବିଜେପି ନେତା ସୁଧୀର ମୁଙ୍ଗତିୱାଲ ଆଜି କହିଛନ୍ତି, ଯଦି ନଭେମ୍ବର ୭ ସୁଦ୍ଧା ରାଜ୍ୟରେ ନୂଆ ସରକାର ଗଠନ ନ ହୁଏ ତେବେ ରାଷ୍ଟ୍ରପତି ଶାସନ ଲାଗୁ ହେବ । ରାଜ୍ୟ ବିଧାନସଭାର କାର୍ଯ୍ୟକାଳ ଆସନ୍ତା ନଭେମ୍ବର ୮ ତାରିଖରେ ଶେଷ ହେଉଥିବା ବେଳେ ଏହା ପୂର୍ବରୁ ସରକାର ଗଠନ ହେବା ଜରୁରୀ ବୋଲି ସୁଧୀର କହିଛନ୍ତି । ଯଦି ଏହି ସମୟ ମଧ୍ୟରେ ସରକାର ଗଠନ ନ ହୁଏ ତେବେ ରାଷ୍ଟ୍ରପତି ଶାସନ ଲାଗୁ ହେବ ବୋଲି ସେ କହିଛନ୍ତି ।


