ସରପଂଚ ମନୋମୁଖୀ କାର୍ଯ୍ୟ କରୁଥିବା ଓାର୍ଡ ସଭ୍ୟ,ପଂଚାୟତ ନାଗରିକ ଓ ବରିଷ୍ଠ ନାଗରିକ ଅଭିଯୋଗ

ନାଉଗାଁ (ଓ୍ବାଇଏନ୍ଏସ୍) : ସରକାର ଜନସାଧାରଣଙ୍କ ପାଇଁ ବିଭିନ୍ନ ଯୋଜନା କରି ଚାଲିଛିନ୍ତି । କିନ୍ତୁ କିଛି ରାଜନେତା ଓ ଅଧିକାରୀଙ୍କ ମନମୁଖୀ ଯୋଗୁ ଉକ୍ତ ଯୋଜନାରେ ପ୍ରକୃତ ହିତାଧିକାରୀ ସାମିଲ ହୋଇପାରୁ ନଥିବା ଜଣାଯାଇଛି । ନାଉଗାଁ ବ୍ଳକ ଅନ୍ତର୍ଗତ ନାଉଗାଁ ପଂଚାୟତରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ସରପଂଚ ମନୋମୁଖୀ କାର୍ଯ୍ୟ କରୁଥିବା ଗୁରୁବାର କେତେକ ଓାର୍ଡ ସଭ୍ୟ, ପଂଚାୟତର ନାଗରିକ ଓ ବରିଷ୍ଠ ନାଗରିକ ଗୁରୁବାର ଅଭିଯୋଗ କରିଛନ୍ତି । ଆଜି ପଂଚାୟତର ଓାର୍ଡ ସଭ୍ୟ ମଧୁସ୍ମିତା ବିଶ୍ୱାଳ, ଶାରଦା ପ୍ରସାଦ ମହାନ୍ତି, ମହେନ୍ଦ୍ର କୁମାର ଦାସ, ପ୍ରାଣକୃଷ୍ଣ ଜେନା, ଆଶିଷ ବିଶ୍ୱାଳ, ବିବେକାନନ୍ଦ ପରିଜା, ଲୋକନାଥ ପଟ୍ଟନାୟକ, ଦିବାକର ଲେଙ୍କା ପ୍ରମୁଖ ପଂଚାୟତ କାର୍ଯ୍ୟାଳୟକୁ ଆସି ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଅମର ମଲ୍ଲିକଙ୍କ ସହ ଆଲୋଚନା କରିଥିଲେ । ଓାର୍ଡ ସଭ୍ୟଙ୍କ କହିବା ମୁତାବକ ପଂଚାୟତକୁ ଯେ କୌଣସି କାର୍ଯ୍ୟ ଆସୁଛି ସେ ବିଷୟରେ ସରପଂଚ ମନଇଚ୍ଛା ନିଷ୍ପତି ନେଉଛନ୍ତି । ଯାହାଫଳରେ ଅନେକ ଗରିବ ହିତାଧିକାରୀ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରୁ ବାଦ ପଡୁଛନ୍ତି । ଉଦାହରଣ ସ୍ୱରୁପ ମହାତ୍ମାଗାନ୍ଧୀ କର୍ମ ନିଯୁକ୍ତି ଯୋଜନା ମାଧ୍ୟମରେ ଗରିବ ହିତାଧିକାରୀମାନଙ୍କୁ ଚିହ୍ନଟ କରାଯାଇ ଜିଆ ଖତ ଓ ଘାସ ଚାଷ ପାଇଁ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି । ଏହି ଯୋଜନାରେ ଅର୍ନ୍ତଭୁକ୍ତ ହେବା ପାଇଁ ହିତାଧିକାରୀର ଜବକାର୍ଡ ରହିବା ଦରକାର । ତତ୍ ସହିତ ଉକ୍ତ ଜିଆ ଖତ ଯୋଜନାରେ ସାମିଲ ହେବା ପାଇଁ ନିଜସ୍ୱ ସ୍ଥାନ ଓ ଆର୍ଥକ ଦୁର୍ବଳ ଶ୍ରେଣୀର ଲୋକ ହୋଇଥିବା ନିୟମ ରହିଛି । କିନ୍ତୁ ଉକ୍ତ ପଂଚାୟତର ସରପଂଚ ମନଇଚ୍ଛା ହିତାଧିକାରୀ ଚୟନ କରୁଥିବା ବେଳେ ଓାର୍ଡ ସଭ୍ୟମାନଙ୍କୁ ଏହି ବିଷୟରେ ଅବଗତ କରୁନାହାନ୍ତି । ଯାହାଫଳରେ ପ୍ରକୃତ ହିତାଧିକାରୀ ଏହି ଯୋଜନାରୁ ବାଦ ପଡୁଥିବା ଜଣାଯାଇଛି । ହିତାଧିକାରୀ ଚୟନରେ ଅନିୟମିତତା ହେଉଥିବା ବେଳେ ଜିଆ ଖତ ଓ ଘାସ ଚାଷ ଉକ୍ତ ପଂଚାୟତରେ କାଗଜ କଲମରେ ଚାଲିଥିବା ଓାର୍ଡ ସଭ୍ୟମାନେ ମତ ପ୍ରକାଶ କରିଛନ୍ତି । ତେଣୁ ପଂଚାୟତରେ ପ୍ରଦାନ କରାଯାଉଥିବା ଜିଆ ଖତ ଓ ଘାସ ଚାଷର ହିତାଧିକାରୀଙ୍କ ନାମକୁ ତଦନ୍ତ କରାଯାଇ ପ୍ରକୃତ ହିତାଧିକାରୀଙ୍କୁ ପ୍ରଦାନ କରିବା ପାଇଁ ସେମାନେ ଦାବି କରିଥିଲେ । ଏବିଷୟରେ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅମର ମଲ୍ଲିକଙ୍କୁ ପଚାରିବାରୁ ଏ ବିଷୟରେ ସେ ଅବଗତ ନଥିବା ବେଳେ ସରପଂଚଙ୍କ ସହ ଆଲୋଚନା କରି କହିବେ ବୋଲି ପ୍ରକାଶ କରିଥିଲେ । ସେହିପରି ଉକ୍ତ ବିଷୟରେ ସରପଂଚ ବ୍ରଜ କିଶୋର ପରିଜାଙ୍କୁ ପଚାରିବାରୁ ହିତାଧିକାରୀ ତାଲିକା ତିଆରି ଚାଲିଛି, ଅନିୟମିତତା ହୋଇ ନଥିବା ପ୍ରକାଶ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ