ସରପଞ୍ଚଙ୍କୁ ବୋମାମାଡ ଉଦ୍ୟମ , ହାତରେ ଫୁଟି ପାପୁଲି ଛିଡିଲା ।
କୁକୁଡାଖଣ୍ଡି (ଯୁଗାବ୍ଦ ନ୍ୟୁଜ) ଗତ କିଛି ବର୍ଷର ବ୍ୟବଧାନ ପରେ ପୁଣି ଥରେ ଦିଗପହଣ୍ଡି ଥାନା ଚାଞଡାପଲ୍ଲୀ ଗ୍ରାମରେ ଶୃଷ୍ଟି ହେଇଛି ଅପରାଧିକ ଅଶାନ୍ତି ।ପୁଣି ଥରେ ମୁଣ୍ଡଟେକିଛନ୍ତି ଅପରାଧୀ ମାନେ ।ଶୁକ୍ରବାର ରାତ୍ର ଚାଞଡାପଲ୍ଲୀ ଗ୍ରାମରେ ବୋମା ଫୁଟିବା ନେଇ ଗ୍ରାମବାସୀକଂ ମନରେ ଆତକଂ ଖେଳିଯାଇଛି।ଖୋଦ ଉକ୍ତ ପଞାୟତର ସରପଞ କୁଂ ବୋମାମାଡ ପାଇଁ ଉଦ୍ୟମ କରାଯାଇଥିବା ଚଚା ର ବିଷୟ ପାଲଟିଛି। ଘଟଣାରୁ ପ୍ରକାଶ ଯେ ଶୁକ୍ରବାର ରାତ୍ର ଚାଞଡାପଲ୍ଲୀ ଗ୍ରାମରେ ଆୟୋଜିତ ଏକ ଭୋଜିକୁ ସରପଞ ଆସିଥିବା ବେଳେ ଜଣେ ପେସାଦାର ଅପରାଧୀ ଚେରୁଗୌଡ ମଧ୍ୟ ଉକ୍ତ ଭୋଜିକୁ ଆସିଥିଲା।ଚେରୁ ରାସ୍ତା ଉପରେ ବାଇକ ରଖିବାକୁ ନେଇ ସ୍ଥାନୀୟ କିଛି ଯୁବକକଂ ସହ ବସଚା ହୋଇଥିଲା ।ସରପଞ ପ୍ରଶାନ୍ତ ସ୍ବାଇଁ ସମସ୍ତକୁଂ ବୁଝାସୁଝା କରିବା ବେଳେ ଚେରୁ ସରପଞ କୁଂ ଗାଳିଗିଲଜ କରି ବୋମାପକାଇ ମାରିଦେବି ବୋଲି କହିଥିଲି।କିଛି ସମୟପରେ ଗ୍ରାମ ନିକଟରେ ରଖିଥିବା ଏକ ବୋମା ଧରି ସରପଞ କୁଂ ଫିଗିଂବାକୁ ଯାଉଥିବା ବେଳେ କୈଣସି କାରଣ ବସତଃ ଚେରୁର ଗୋଡ ଖସିଯିବା ଫଳରେ ଚେରୁର ହାତରେ ହିଁ ବୋମାଟି ଫୁଟିଯାଇଥିଲା।ଚେରୁର ପାପୁଲି ଟି ଛିଣ୍ଡି ଯାଇଥିବା ବେଳେ ଗ୍ରାମବାସୀ ଦିଗପହଣ୍ଡି ଥାନା ପୁଲିସ କୁ ଖବର ଦେଇ ୧୦୮ ଯୋଗେ ଚେରୁକୁ ବ୍ରହ୍ମପୁର ବଡ ଡାକ୍ତର ଖାନା ପଠାଇଥିଲେ।ଚେରୁର ଚିକିସ୍ଛା ତାଲିଥିବା ବେଳେ ଗ୍ରାମରେ ଇଶାନ୍ତି ଲାଗି ରହିଛି।ଚେରୁ ବିଭିନ୍ନ ଅପରାଧିକ କାଯ୍ୟକଳାପରେ ଲିପ୍ତ ଥିବା ବେଳେ ସଦରଥାନା,ବ୍ରହ୍ମପୁର,ଦିଗପହଣ୍ଡି ଥାନାରେ ତା ନାମରେ ଅପରାଧିକ ମାମାଲା ରହିଛି।ପୂବରୁ ପୋଲିସ ଚେରୁକୁ ଏନକାଉଣ୍ଟର କରିଥିଲା ପରେ ଜେଲରୁ ଆସିବା ପରେ ପୁଣି ନିଜ ଅପରାଧିକ ସାମ୍ରାଜ୍ୟ ବୃଦ୍ଧି ପାଇଁ ଲାଗିପଡିଛି।ଏନେଇ ଦିଗପହଣ୍ଡି ଥାନାରେ କେସନଂ ୧୦୯/୧୯ ରେ ଏକ ମାମାଲା ରୁଜୁ କରି ତଦନ୍ତ ଚଳାଇଥିବା ଥାନା ଅଧିକାକୀ ଗୌରାଗଂଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି।ବିଭିନ୍ନ ଥାନା ଗୁଡିକ ର ପୁନଃ ସୀମା ନିଧ୍ୟାରଣ ହେଉନଥିବା ଯୋଗୁଁ ଦିନକୁ ଦିନ ଅପରାଧିକ କାଯ୍ୟକଳାପ ବୃଦ୍ଧି ପାଉଛି ।ବନ୍ଥପଲ୍ଲୀ ଠାରୁ ଦିଗପହଣ୍ଡି ଥାନାର ଦୂରତା ୨୦ କିମି ହୋଇଥିବା ବେଳେ ପୋଲିସ ର ନିୟମିତ ପେଟ୍ରୋଲିଂ ହୋଇପାରୁନାହିଁ ଏବଂ ଉକ୍ତ ଗ୍ରାମ ନିକଟ ଏକ ଜଗଂଲ ଥିବା ବେଳେ ସବୁବେଳେ ଅପରାଧି ମାନେଆସ୍ତାନ ଜମାଇ ରହୁଥିବା ନେଇ ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି