ସରପଞ୍ଚଙ୍କ ଦୋମୁଁହା ନୀତି
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ସମ୍ପ୍ରତି କରୋନା ମହାମାରୀ ସଂକ୍ରମଣ ଭୟ ସମସ୍ତଙ୍କ ପାଇଁ ମୁଣ୍ଡ ବ୍ୟଥା ପାଲଟିଛି।ସାଧାରଣ ଲୋକଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଥିବା ବେଳେ ଏହାକୁ କିପରି ମୁକାବିଲା କରାଯିବ ସେନେଇ ଏବେ ପ୍ରଶାସନକୁ ଚିନ୍ତା ଘାରିଛି।ସ୍ଥାନୀୟ ହିଞ୍ଜିଳି ବ୍ଳକ ଓ ପୋୖରାଞ୍ଚଳରେ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରକାର ସହାୟତା, ସଚେତନତା ଓ କଡା ପଦକ୍ଷେପ ଗ୍ରହଣ କରାଯାଇଛି।ସାଧାରଣ ଲୋକଙ୍କ ଜୀବନ ସୁରକ୍ଷା ପ୍ରତି ସରକାର ଏଭଳି ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ସଂକ୍ରମଣ ରୋକିବା ଦିଗରେ ସହର ଓ ଗ୍ରାମାଞ୍ଚଳ ଗୁଡ଼ିକରେ ଲକ ଡାଉନ, ସଟ ଡାଉନ, ବଫର ଜୋନ ଏବଂ କଣ୍ଟେନମେଣ୍ଟ ଜୋନ ଆବଶ୍ୟକତା ଅନୁସାରେ ଘୋଷଣା କରାଯାଇଛି।କରୋନା ମୁକାବିଲା କ୍ଷେତ୍ରରେ ସରପଞ୍ଚ ମାନଙ୍କ ଭୂମିକାକୁ ଅଗ୍ରାଧିକାର ଦେଇ ରାଜ୍ୟ ସରକାର ସେମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରିଛନ୍ତି। କୋଭିଡ ପରିଚାଳନା କ୍ଷେତ୍ରରେ ବିଶେଷ ଭୂମିକା ଥିଲେ ମଧ୍ୟ କିଛି ଘଟଣାରେ ସରପଞ୍ଚଙ୍କ କ୍ଷମତା ଓ ଚାପ ବଳରେ ନିରୀହ ଜନସାଧାରଣ ହଇରାଣ ଓ ହରକତ ହେଉଥିବା ଜଣାପଡିଛି।ଏଭଳି ଏକ ଘଟଣା ହିଞ୍ଜିଳି ଥାନା ଅଞ୍ଚଳର ବେଲଗାଁ ପଞ୍ଚାୟତରେ ସୃଷ୍ଟି ହୋଇଛି। ସମ୍ପୃକ୍ତ ପଞ୍ଚାୟତରେ ବାଉଁଶବାଡ କାଢ଼ିବାକୁ କେନ୍ଦ୍ର କରି ଗ୍ରାମର ଜଣେ ଟ୍ରାକ୍ଟର ଚାଳକଙ୍କ ସହ ବଚସା ହେବା ଓ ପରେ ସ୍ଥାନୀୟ ହିଞ୍ଜିଳି ଥାନାରେ ସରପଞ୍ଚ ଅଭିଯୋଗ କରିଥିବା ସୂଚନା ମିଳିଛି।ଅଭିଯୋଗ ପରେ ଥାନାରେ କେଶ ନଂ ୨୫୫/୨୦ ଏକ ମାମଲା ରୁଜ୍ଜୁ ହୋଇ ପୁଲିସ ଘଟଣାର ତଦନ୍ତ ଚଳାଇଛି। ଘଟଣା ପରେ ଟ୍ରାକ୍ଟର ଚାଳକ ଏବଂ ମାଲିକଙ୍କ ଭିତରେ ସରପଞ୍ଚଙ୍କ ଆକ୍ରୋଶ ମନୋଭାବ ଓ ପୁଲିସର ଗିରଫଦାରୀ ଭୟ ଘାରିଛି।ମିଳିଥିବା ସୂଚନା ପ୍ରକାରେ ହିଞ୍ଜିଳି ବ୍ଲକ ବେଲଗାଁ ପଞ୍ଚାୟତରେ ଜଣେ ବ୍ୟକ୍ତିଙ୍କ କରୋନା ପଜିଟିଭ ବାହାରିଥିଲା।ସରପଞ୍ଚ ତ୍ରିନାଥ ପାଣିଗ୍ରାହୀ କଣ୍ଟେନମେଣ୍ଟ ଜୋନ ଘୋଷଣା କରି ଗ୍ରାମର ୫ ଟି ସ୍ଥାନରେ ବାଉଁଶ ବାଡ ତିଆରି କରି ରାସ୍ତା ଅବରୋଧ କରିଥିଲେ। ଟ୍ରାକ୍ଟର ଚାଳକ ରାମ ସାହୁ ଚାଷ କାମ ସାରିସାହିକୁ ଫେରିବା ଲାଗି ଉକ୍ତ ବାଉଁଶ ବାଡ ବାହାର କରି ପୁଣି ବାନ୍ଧି ଦେଇଥିଲେ।ଏହାକୁ ନେଇ ଗତ ୧୭ ତାରିଖ ରାତ୍ରରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା।ପରେ ସରପଞ୍ଚ ପାଣିଗ୍ରାହୀ ୨ ଭାଇଙ୍କ ନାମରେ ୧୮ ତାରିଖ ଶନିବାର ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ।ପୁଲିସ ଘଟଣାର ନେଇ ତଦନ୍ତ ଚଳାଇଛି।ଘଟଣାକୁ ନେଇ ଗ୍ରାମରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।କରୋନା ମୁକାବିଲା ପାଇଁ ସରକାର କୃଷି ଭିତ୍ତିକ କାର୍ଯ୍ୟ ସମ୍ପାଦନ କ୍ଷେତ୍ରରେ କଟକଣାମୁକ୍ତ କରିଛନ୍ତି। ଘଟଣା ପରେ ଟ୍ରାକ୍ଟର ଗୁଡିକ ଯିବା ଆସିବା ପାଇଁ ରାସ୍ତା ବନ୍ଦ ରହିବା ଯୋଗୁଁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି।ଏଣେ ଗୃହ ରୋଧରେ ରହିବା ନିର୍ଦ୍ଦେଶ ଥିବା ବ୍ୟକ୍ତି ଜଣକ ଅଞ୍ଚଳରେ ବୁଲାବୁଲି କରିବା ଏବଂ କୋଭିଡ ନିୟମ ଉଲଂଘନ କରି ସରପଞ୍ଚଙ୍କ ନିଜ ସମ୍ପର୍କୀୟ ପୋଖରୀରେ ସ୍ନାନ କରୁଥିବା ମଧ୍ୟ ଜଣାପଡିଛି। ସରପଞ୍ଚ ଆକ୍ରୋଶ ମନୋଭାବ ରଖି ବିରୋଧୀଙ୍କ ନାଁରେ ଥାନାରେ ଅଭିଯୋଗ କରିବା ଘଟଣା ଦୋ ମୁହାଁ ନୀତିର ପରିଚୟ ବୋଲି ସବୁ ସ୍ତରରେ ଆଲୋଚନା ଚାଲିଛି।


