ସରଳାରେ ନୁତନ ବିଇଓଙ୍କୁ ସମ୍ବର୍ଦ୍ଧନା

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ସରଳା ପ୍ରାଥମିକ ବିଦ୍ୟାଳୟ ପରିସରରେ ଶାଳଣିଆଁ, ଡଅଁର, ଗେଡମା ପ୍ରଭୃତି କ୍ଲଷ୍ଟରର ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ପକ୍ଷରୁ ନୁତନ ବିଇଓ ଧନେଶ୍ୱର ଖଣ୍ଡେଇଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ର୍ଡଅଁର ସରକାରୀ ଉପ୍ରା ବିଦ୍ୟାଳୟର ପ୍ରଧାନଶିକ୍ଷକ ଶିଶିର କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ଏବିଇଓ ସୁରେଶ କୁମାର ଜେନା, ଏବିଇଓ ସ୍ନେହଲତା ମହାରଣା, ଅବସରପ୍ରାପ୍ତ ଶିକ୍ଷକ ଯଯାତି କେଶରୀ ରାଉତ, ଏଲୋଷ୍ଟାର ରାଜ୍ୟ ଯୁଗ୍ମ ସମ୍ପାଦକ ମହେନ୍ଦ୍ର ଶାସିନି, ଶିକ୍ଷକ ସଂଘ ନେତା ତଥା ପ୍ରଧାନ ଶିକ୍ଷକ ଅଭୟ କୁମାର ଜେନା ପ୍ରମୁଖ ଯୋଗଦେଇ ନୁତନ ବିିଇଓ ଧନେଶ୍ୱର ଖଣ୍ଡେଇଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ନୁତନ ବିଇଓଙ୍କ ଦ୍ୱାରା ହାଟଡିହି ବ୍ଲକରେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆସିବା ସହ ଶିକ୍ଷକ ମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ହୋଇପାରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ପୁର୍ଣ୍ଣଚନ୍ଦ୍ର ଜେନା, ଅଜୟ ରାଉଳ, ବିନୋଦ ବ୍ରହ୍ମ, ପ୍ରଫୁଲ ଜେନା, ରଞ୍ଜନ ପ୍ରଧାନ, ଯତିନ୍ଦ୍ର ଦେଓ, ସନ୍ଧ୍ୟାରାଣୀ ଜେନା, ଅନୁସୁୟା ଦିବେଦୀ, ସୁଶାନ୍ତ ଜେନା, ଲକ୍ଷ୍ମୀଧର ରାଉତ, ରବିଦାସ, ଅଳେଖ ପରିଡା, ପ୍ରଭାକର ବେହେରା, ରବିନ୍ଦ୍ର ଜେନା, ସୁଶାନ୍ତ ନାୟକଙ୍କ ସମେତ ଶାଳଣିଆଁ ଅଞ୍ଚଳରେ ଥିବା ୬ଟି କ୍ଲଷ୍ଟରର ଶିକ୍ଷକ ଶିକ୍ଷୟତ୍ରୀ ମାନେ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ