ହଦଗଡ ନିକଟରେ ବାଇକ ଧକ୍କା, ୫ଆହତ
ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଛେନାପଦି ହଦଗଡ ରାସ୍ତାର ହଦଗଡ ନିକଟରେ ଆଜି ସନ୍ଧ୍ୟାରେ ଦୁଇ ବାଇକ ମଧ୍ୟରେ ମୁହାଁ ମୁହିଁଁ ଧକ୍କା ହେବା ଫଳରେ ୬ଜଣ ଆହତ ହୋଇଥିବା ଜଣାଯାଇଛି । ଖବରରୁ ଜଣାଯାଇଛି ଯେ ଆଜି ହାଟବାରି ଥିବାରୁ କିଛି ଲୋକ ହାଟକୁ ଆସି ଫେରୁଥିବା ସମୟରେ ଅପରାହ୍ନ ୫ଟା ବେଳେ ସେହି ରାସ୍ତାଦେଇ ଯାଉଥିବା ଦୁଇ ବାଇକ ମଧ୍ୟରେ ଧକ୍କା ହେେଇଥିଲା । ଫଳରେ ବାଇକ ଆରୋହୀ ୩ଜଣ ଆହତ ହୋଇଥିବାବେଳେ ରାସ୍ତାରେ ଯାଉଥିବା ୨ଜଣ ଯାତ୍ରୀ ମଧ୍ୟ ଆହତ ହୋଇଛନ୍ତି । ସ୍ଥାନୀୟ ଲୋକମାନେ ସେମାନଙ୍କୁ ଉଦ୍ଧାର କରି ଆନନ୍ଦପୁର ଡାକ୍ତରଖାନାକୁ ପଠାଇଥିବା ଜଣାଯାଇଛି । ଆହତମାନଙ୍କ ଘର ସେହି ହଦଗଡ ଅଞ୍ଚଳର ହୋଇଥିବା ଜଣାଯାଇଛି ।


