ସରସଦା ଠାରେ କ୍ରିକେଟ ମ୍ୟାଚ ଅନୁଷ୍ଠିତ
ବାରିକପୁର, (ଓ୍ବାଇଏନ୍ଏସ୍):ଭଣ୍ଡାରିପୋଖରୀ ବ୍ଲକ ସରସଦା ହାଇସ୍କୁଲ ପଡିଆ ଠାରେ ଜଗନ୍ନାଥ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆଜି ଚତୁର୍ଥ କ୍ୱାଟର ଫାଇନାଲ ମ୍ୟାଚ ଏମଟି ପାୱାର କ୍ଲବ ସରସଦା ସହିତ ମା ଥାନେଶ୍ୱରୀ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଥାନେଶ୍ୱର କ୍ରିକେଟ କ୍ଲବ ପ୍ରଥମେ ବ୍ୟାଟିଂ କରି ୧୬.୧ଓଭରରେ ୧୦୦ରନ ସଂଗ୍ରହ କରିଥିଲା । ଏହାର ଜବାବରେ ଏମଟି ପାୱାର କ୍ଲବ ୧୪.୪ଓଭରରେ ୪ଉଇକେଟ ହରାଇ ଆବଶ୍ୟକ ରନ ସଂଗ୍ରହ କରିଥିଲା । ଆୟୋଜିତ ମ୍ୟାଚକୁ ବନ୍ଧୁ ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟ ମାନେ ପରିଚାଳନା କରିଥିଲେ ।


