ସରସ୍ବତୀ ପୂଜା ଅବସରରେ ୧୦୦ ରୁ ଉର୍ଦ୍ଧ ଶିଶୁଙ୍କ ଖଡ଼ି ଛୁଆଁ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ସରସ୍ଵତୀ ଶିଶୁବିଦ୍ୟା ମନ୍ଦିରରେ ମାଘଶୁକ୍ଳ ପଞ୍ଚମୀ ୩୪ତମ ସରସ୍ଵତୀ ପୂଜା ମହା ସମାରୋହରେ ପାଳିତ ହୋଇଯାଇଛି. ପ୍ରାତଃ ୮.୦୦ଘ ସମୟରେ ଛାତ୍ରଛାତ୍ରୀ ତଥା ପୁରୋହିତଙ୍କ ଦ୍ଵାରା ମାଁଆଙ୍କ ଆବାହନ,ପୂଜନ ଏବଂ ହୋମ, ପୂଷ୍ପାଞ୍ଜଳି କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା ।ଏହି ଅବସରରେ ପାରଳାଖେମୁଣ୍ଡିର ୧୦୦ରୁ ଉର୍ଦ୍ଧ୍ବ ଶିଶୁମାନେ ନିଜ ପିତାମାତାଙ୍କ ସହ ଆସି ଖଡ଼ିଛୁଆଁ ମାଧ୍ୟମରେ ବିଦ୍ୟାରମ୍ଭ କରି ଥିଲେ । ସରସ୍ଵତୀ ପୂଜା ଉପଲକ୍ଷେ ସନ୍ଧ୍ୟାରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ “ନୃତ୍ୟାଞଳି” ର ଆୟୋଜନ କରାଯାଇଥିଲା ।ଯେଉଁଥିରେ ସହରର ବିଭିନ୍ନ ଅଗ୍ରଣୀ ନୃତ୍ୟାନୁଷ୍ଠାନ ମାନେ ଯୋଗଦେଇ ଉପସ୍ଥିତ ଦର୍ଶକ ମାନଙ୍କର ମନକୁ କିଣିନେଇଥିଲେ ।ନଗରର ଅନେକ ନିମନ୍ତ୍ରିତ ଅତିଥି ତଥା ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ଥିଲେ।ଅନୁଷ୍ଠାନର ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ମାନଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସମ୍ପନ୍ନ ହୋଇଥିଲା।