ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଶ୍ରୀଗଣେଶ ପୂଜା ପାଳିତ

ଛତ୍ରପୁର, (ଦେବଦତ୍ତ ମହାରଣା): ସ୍ଥାନୀୟ ଶ୍ରୀରାମ ନଗର ସ୍ଥିତ ସରସ୍ଵତୀ ଶିଶୁବିଦ୍ୟା ମନ୍ଦିର ପରିସରରେ ଶ୍ରୀଗଣେଶ ପୂଜା ପାଳିତ ହୋଇଯାଇଅଛି । ପ୍ରଧାନାଚାର୍ଯ୍ୟ ଶ୍ରୀ ରବୀନ୍ଦ୍ରନାଥ ଦାଶଙ୍କ ପୌରହିତ୍ୟରେ ବରିଷ୍ଠ ଆଚାର୍ଯ୍ୟ କୈଲାଶ ଚନ୍ଦ୍ର ଶତପଥୀ ଓ ମନୋରଂଜନ ଦାଶ ସମସ୍ତ ପ୍ରକାର ପୂଜାବିଧି ସମ୍ପୂର୍ଣ୍ଣ କରିଥିଲାବେଳେ ପରିଚାଳନା ସମିତିର ସଭାପତି ଶ୍ରୀ ଉପେନ୍ଦ୍ର ମହାନ୍ତି, ଉପସଭାପତି ଶ୍ରୀମତି ଗୀତା ପ।ଢୀ, ସମ୍ପାଦକ ଶ୍ରୀ ପଦ୍ମଚରଣ ସାହୁ, କୋଷାଧ୍ୟକ୍ଷ ଶ୍ରୀ ଏ. ରାଵଣା ରାଓ, ଯୁଗ୍ମ ସମ୍ପାଦକ ଶ୍ରୀ ଦିଲ୍ଲୀପ କୁମାର ବେହେରା, ସଦସ୍ୟ ଶ୍ରୀ ରାମପ୍ରସାଦ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଉତ୍ସବଟି କୋଭିଡ଼ ନିୟମ ଅନୁସାରେ ପାଳନ କରାଯାଇଥିଲା । ଏହି ଉତ୍ସବରେ ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ