ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ନିଷ୍କ୍ରମଣ ଉତ୍ସବ
ଛତ୍ରପୁର, (ଦେବଦତ୍ତ ମହାରଣା) :-ସ୍ଥାନୀୟ ସରସ୍ଵତୀ ଶିଶୁବିଦ୍ୟାମନ୍ଦିର ପରିସରରେ ଦଶମ ଶ୍ରେଣୀ ଶିଶୁ ମାନଙ୍କ ନିଷ୍କ୍ରମଣ ଉତ୍ସବ ପାଳନ ହୋଇଯାଇଅଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀ ରମାକାନ୍ତ ପାଣିଗ୍ରାହୀ ଯୋଗ ଦେଇ ଶିଶୁ ମନ୍ଦିର ପିଲାମାନେ ଭବିଷ୍ୟତରେ ସଂସ୍କୃତି ଓ ସଂସ୍କାର ସମ୍ପନ୍ନ ହୋଇ ସମାଜର ପରିବର୍ତ୍ତନ କରିପାରିବେ ବୋଲି କହିବା ସହିତ ଶିଶୁ ମାନଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ । ପ୍ରଧାନାଚାର୍ଯ୍ୟ ରବୀନ୍ଦ୍ରନାଥ ଦାଶ ଅତିଥି ପରିଚୟ ସହ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ସଭାପତି ଶ୍ରୀ ଉପନ୍ଦ୍ରେ ମହାନ୍ତି ଅଧ୍ୟକ୍ଷତା କରିଥିଲେ I ସମ୍ପାଦକ ଶ୍ରୀ ପଦ୍ମଚରଣ ସାହୁ, କୋଷାଧ୍ୟକ୍ଷ ଶ୍ରୀ ଏ ରାବଣା ରାଓ, ଉପସଭାପତି ଶ୍ରୀମତି ଗୀତା ପାଢି, ଯୁଗ୍ମ ସମ୍ପାଦକ ଶ୍ରୀ ଦିଲ୍ଲୀପ କୁମାର ବେହେରା, ସଦସ୍ୟ ଶ୍ରୀ ରାମପ୍ରସାଦ ପଟ୍ଟନାୟକ, ସଦସ୍ୟା ଶ୍ରୀମତି ସୁନିତା ସେଠୀ ପ୍ରମୁଖ ଉପସ୍ଥିତ ଥିଲେ । ବରିଷ୍ଠ ଆଚାର୍ଯ୍ୟ ସୁରେଶ ଆଚାରୀ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ସୁଶିଳା ଗୁରୁମା ଧନ୍ୟବାଦ ଅର୍ପଣ କରିଥିଲେ। ଦଶମ ଶ୍ରେଣୀର ଶିଶୁ ମାନଙ୍କର ଉଜ୍ଜଳ ଭବିଷ୍ୟତ କାମନା କରି ସ୍ଥାନୀୟ ଗୌରୀଶଙ୍କର ମନ୍ଦିର ପରିସରରେ ପୂଜାର୍ଚ୍ଚନା ସହ ଅଭିଷେକ କରାଯାଇଥିଲା । କାର୍ଯ୍ୟକ୍ରମ ରେ ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ଓ ନବମ ଓ ଦଶମ ଶ୍ରେଣୀର ଶିଶୁ ଉପସ୍ଥିତ ଥିଲେ ।