ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଅଛି ।୯,୧୦ ତାରିଖର ଦୁଇ ଦିନ ଧରି ଏହା ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନର ସଭାପତି ରବୀନ୍ଦ୍ରନାଥ ରଥ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଶୁଭ ଉଦ୍ଘାଟନ କରିଥିବା ବେଳେ ସମ୍ପାଦକ ପବିତ୍ର କୁମାର ସାହୁ କ୍ରୀଡ଼ା ପତାକା ଉତ୍ତୋଳନ କରିଥିଲେ ।ଛାତ୍ରଛାତ୍ରୀ ଜୀବନରେ କ୍ରୀଡା ର ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଥାଏ ।କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ କରିବା ପାଇଁ ମଧ୍ୟ ସୁଯୋଗ ରହିଛି ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ ।ବିଭିନ୍ନ ଶ୍ରେଣୀ ର ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କୁ ନେଇ ବିଭିନ୍ନ ବର୍ଗର ୨୨/୨୩ ପ୍ରକାରର କ୍ରୀଡ଼ା ଅନୁଷ୍ଠିତ ହୋଇଥିଲା ।ଦୌଡ଼, ଲମ୍ବା ଡିଆଁ, ଉଚ୍ଚ ଡିଆଁ, ମ୍ୟାଜିକ୍ ଚୌକି,ଅଖା ଡିଆଁ,ବାଧା ଦୌଡ, ଲେମ୍ବୁ ଚାମଚ,ଜାଭ୍ ଲିନ୍ ଦ୍ରୋଣ,ସଟ୍ ଫୁଟ୍ ପରି କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ଉପକୃତ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ବାର୍ଷିକ ଉତ୍ସବ ରେ ପୁରସ୍କାର ପ୍ରଦାନ କରାଯିବ ବୋଲି ବିଦ୍ୟାଳୟ ସୁତ୍ରରୁ ପ୍ରକାଶ କରାଯାଇଛି ।ଏହି ଅବସରରେ ବିଦ୍ୟାଳୟର ପରିଚାଳନା କମିଟିର ଉପଦେଷ୍ଟା ବିଜୟ କୁମାର ସ୍ୱାଇଁ, ଉପସଭାପତି ମଧୁସୂଦନ ମହାପାତ୍ର, ଯୁଗ୍ମ-ସମ୍ପାଦକ ସୂର୍ଯ୍ୟନାରାୟଣ ପାତ୍ର, କୋଷଧକ୍ଷ୍ୟ ରବୀନ୍ଦ୍ରନାଥ ପାତ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପରିଚାଳନା କମିଟିର ଅନ୍ୟାନ୍ୟ ସଦସ୍ୟ ଓ ସଦସ୍ୟା ଉପସ୍ଥିତ ଥିଲେ । ପ୍ରଧାନ ଆଚାର୍ଯ୍ୟ ପବିତ୍ର କୁମାର ତ୍ରିପାଠୀ ଓ ସମସ୍ତ ଗୁରୁଜୀ ଗୁରୁମା କ୍ରୀଡା ପରିଚାଳନା କରିଥିଲେ ।ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ