ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଗୀତା ଜୟନ୍ତୀ ପାଳିତ

ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍‌) : ନାଉଗାଁ ବ୍ଲକ ତିହୁଡାସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ମଙ୍ଗଳବାର ଗୀତା ଜୟନ୍ତୀ ପାଳିତ ହୋଇଯାଇଛି ।ପ୍ରାତଃ ପର୍ଯ୍ୟାୟରୁ ଗୀତା ପାଠ ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଗୁରୁଜୀ ଓ ଗୁରୁମା ମାନେ ଗୀତା ପଠନର ମହ୍ୱତ, ଗୀତାର ତତ୍ୱ ପ୍ରସଂଗ,ଗୀତାରେ ଜୀବନ ଦର୍ଶନକୁ ଗଳ୍ପ ମାଧ୍ୟମରେ ଶିଶୁମାନଙ୍କ ଚପଳମତି ମନକୁ ଆକର୍ଷିତ କରିଥିଲେ । ଏଥିରେ ଅଷ୍ଟାଦଶ ଅଧ୍ୟାୟ ପର୍ଯ୍ୟନ୍ତ ଗୀତା ପାଠ କରାଯାଇଥିଲା । ନମିତା ଗୁରୁମା,ସ୍ନେପ୍ରଭା ଗୁରୁମା ସନ୍ଧ୍ୟା ଗୁରୁମା,କମଳାକାନ୍ତ ଗୁରୁଜୀ ପ୍ରମୁଖ ଗୀତା ପାଠନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆଚାର୍ଯ୍ୟ ବାବାଜୀ ଗୁରୁଜୀ ମୁଖ୍ୟ ଦାୟିତ୍ୱରେ ଥିଲେ । ବିଦ୍ୟାଳୟର ସମସ୍ତ ଗୁରୁଜୀ ଓ ଗୁରମା ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ