ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ସମାରୋହର ଉଦଯାପନୀ ଉତ୍ସବ
ନାଉଗାଁ:ନାଉଗାଁ ବ୍ଳକ ଅନ୍ତର୍ଗତ ଶାଳିଜଙ୍ଗା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ସମାରୋହ ବୁଧବାର ଉଦଯାପିତ ହୋଇଯାଇଛି । ବିଦ୍ୟାମନ୍ଦିରର ଅଧ୍ୟକ୍ଷ ହଟକିଶୋର ବିଶ୍ୱାଳଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ଋଷିକେଶସ୍ଥିତ ଦିବ୍ୟଜୀବନ ସଂଘର ସ୍ୱାମୀ ଶିବଚିଦାନନ୍ଦ ସରସ୍ୱତୀ ଯୋଗ ଦେଇ ଛାତ୍ରଛାତ୍ରୀମାନେ ସବୁ ବିଦ୍ୟା ପ୍ରତି ଆକୃଷ୍ଟ ହେବା ସହିତ ଆଧ୍ୟତ୍ମିକ ମାର୍ଗକୁ ଅନୁସରଣ କରିବାକୁ ପରାମର୍ଶ ଦେଇଥିଲେ । ମୁଖ୍ୟବକ୍ତା ଭାବେ ଓଡିଶାର ପୂର୍ବ ସଂଭାଗ ଶିକ୍ଷା ବିକାଶ ସମିତିର ସଂପାଦକ ରମେଶ ଚନ୍ଦ୍ର ଦାଶ ଯୋଗ ଦେଇ ଶିକ୍ଷା ହେଉଛି ସମସ୍ତ ସାମାଜିକ ବ୍ୟାଧିର ମହୋଷଧି, ଛାତ୍ରଛାତ୍ରୀମାନେ ଉପଯୁକ୍ତ ଅଧୟନ ସହିତ ସମୟାନୁବର୍ତିତା ହେବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ସମ୍ମାନୀତ ଅତିଥିଭାବେ ଇସ୍ରୋର ବୈଜ୍ଞାନିକ କାର୍ତିକ ଚନ୍ଦ୍ର ସ୍ୱାଇଁ ଯୋଗ ଦେଇ ଗୀତା ହେଉଛି ଜୀବନର ମାର୍ଗଦର୍ଶକ,ଗାଁରେ ଶିକ୍ଷାର ବିକାଶ ହେଲେ ଦେଶର ବିକାଶ ସମ୍ଭବ ବୋଲି କହିଥିଲେ । ତାଙ୍କ ସହିତ ଶାରଳା ସାହିତ୍ୟ ସଂସଦ ପ୍ରତିଷ୍ଠାତା ଇଂ ପ୍ରଭାକର ସ୍ୱାଇଁ ଯୋଗ ଦେଇ ଉତ୍ସବ ଉପରେ ଗୁରୁତ୍ୱାରୋପ କରିଥିଲେ ।ଏହି କାର୍ଯ୍ୟକ୍ରମରେ ସମିତିର ସଂପାଦକ ଦୁଃଶାସନ ଜେନା ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଶିଶୁ ମନ୍ଦିରର ପୂର୍ବତନ ଛାତ୍ର ମାନସ ରଞନ ଜେନା ମଂଚ ପରିଚାଳନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଉତ୍ସବର ଅଧ୍ୟକ୍ଷ ନିଲୁରାମ ଜେନା, ପରାମର୍ଶଦାତା ଭାବେ ଉପେନ୍ଦ୍ରନାଥ ବିଶ୍ୱାଳ,କମିଟିର ଉପସଭାପତି ବିବେକାନନ୍ଦ ସ୍ୱାଇଁ, ଗୁରୁଚରଣ ବିଶ୍ୱାଳଙ୍କ ସମେତ ଶିଶୁ ମନ୍ଦିରର ସମସ୍ତ ଗୁରୁଜୀ, ଗୁରୁମା ଓ ପୁରାତନ ଛାତ୍ରଛାତ୍ରୀମାନେ ପରିଚାଳନା କରିଥିଲେ ।