ସରସ୍ୱତୀ ଶିଶୁ ମନ୍ଦିରକୁ ସରକାରୀ ସ୍ୱୀକୃତି

ବାହାଡ଼ାଝୋଲା (ଜୁଗାବ୍ଦ ନ୍ୟୁଜ୍‍): ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ୍ ବାହାଡ଼ାଝୋଲାସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରକୁ ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ପକ୍ଷରୁ ସରକାରୀ ସ୍ୱୀକୃତିପତ୍ର ପ୍ରଦାନ କରାଯାଇଛି । ୨୦୧୦ମସିହାରୁ ଶିକ୍ଷାକ୍ଷେତ୍ରରେ ଏହି ଅଞ୍ଚଳ ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରି ଆସୁଥିବା ଉକ୍ତ ଶିକ୍ଷାନୁଷ୍ଠାନଟିରେ ଏବେ ୧ମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ୧୬୫ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ଜଣାପଡ଼ିଛି । ସରକାରୀ ସ୍ୱୀକୃତି ପ୍ରଦାନପରେ ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଉକ୍ତ ଅନୁଷ୍ଠାନ ଛାତ୍ରଛାତ୍ରୀ ସାମିଲ ହୋଇପାରିବେ ବୋଲି ଅନୁଷ୍ଠାନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଉକ୍ତ ଅନୁଷ୍ଠାନଟି ସରକାରୀ ସ୍ୱୀକୃତି ଲାଭ କରିଥିବାରୁ ଛାତ୍ରଛାତ୍ରୀ, ଅଭିଭାବକ ଓ ଅନୁଷ୍ଠାନ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି । ଉକ୍ତ ଅନୁଷ୍ଠାନକୁ ପ୍ରଦାନ କରାଯାଇଥିବା ସରକାରୀ ସ୍ୱୀକୃତି ପ୍ରମାଣପତ୍ର ଆସନ୍ତା ୨୦୨୨ ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଏ ସମ୍ପର୍କିତ ଚିଠାରୁ ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ