ଆଇନ ସଚେତନତା କାର୍ଯ୍ୟକ୍ରମ
ଚିଲିକା (ଜୁଗାବ୍ଦ ନ୍ୟୁଜ୍): ରବିବାର ନିକଟସ୍ଥ ଜଗବନ୍ଧୁପୁର ସରକାରୀ ଉଚ୍ଚ ପ୍ରାଥମିକ ସ୍କୁଲ ପରିସରରେ ବାଣପୁର ତାଲୁକ୍ ଆଇନ ସେବା ସମିତି ପକ୍ଷରୁ ଅଧ୍ୟକ୍ଷ ତଥା ବାଣପୁର କୋର୍ଟ ସବ୍ ଜଜ୍ ଦିଲ୍ଲିପ କୁମାର ଶତପଥୀଙ୍କ ଅଧ୍ୟକ୍ଷତାରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମ୍ମାନିତ ବକ୍ତାଭାବେ ବାଣପୁର ଓକିଲ ସଂଘର ପୂର୍ବତନ ସଭାପତି ଆଡଭୋକେଟ୍ ଗୌରୀ ଶଙ୍କର ଷଡ଼ଙ୍ଗୀ, ସାମ୍ବାଦିକ ପ୍ରଦୋଷ କୁମାର ଦାସ, ଆଡଭୋକେଟ୍ ବିପ୍ଲବ କୁମାର ମୁଦୁଲି, ବାଣପୁର କୋର୍ଟ ରିଟେନର ଆଡ୍ଭୋକେଟ୍ ଅନ୍ନଦା ଶଙ୍କର ଷଡ଼ଙ୍ଗୀ, ଶିକ୍ଷାବିତ ଡ଼ଃ ହେମନ୍ତ କୁମାର ଷଡ଼ଙ୍ଗୀ ଯୋଗଦେଇ ଦେୱାନୀ ଓ ଫୌଜଦାରୀ ଆଇନର ବିଶେଷ ଗୁରୁତ୍ୱପୂର୍ଣ୍ଣ ଧାରାଗୁଡ଼ିକ ଉପରେ ଆଲୋକପାତ କରି ସଚେତନ ନାଗରିକ ଉଚିତ୍ ସମୟରେ କିପରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ଆଇନ ଉପଯୋଗୀ ହୋଇପାରିବେ ଇତ୍ୟାଦି ବାଖ୍ୟା କରିଥିଲେ । ବାନାମ୍ବର ଏକାଡ଼େମୀ ପ୍ରଧାନଶିକ୍ଷୟିତ୍ରୀ ସଂପଦା ସାହୁ, ସମାଜସବୀ ଗୌରୀଶଙ୍କର ମହାପାତ୍ର ପ୍ରମୁଖ ଏଥିରେ ମତ ରଖିଥିଲେ । ନାଚୁଣୀ ପୁଲିସ୍, ମୋରାମେରି ପଞ୍ଚାୟତ ପ୍ରତିନିଧି, ଜଗବନ୍ଧୁପୁର ଗ୍ରାମବାସୀ, ସଚେତନ ନାଗରିକ, ସ୍କୁଲ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ତାଲୁକ ଆଇନ୍ ସେବା ସମିତି, ବାଣପୁରର ସମସ୍ତ ସଦ୍ୟ, କର୍ମ·ରୀ ଏଥିରେ ସହଯୋଗ କରିଥିଲେ ।


