ସରିଲା ନାମାଙ୍କନ ଦାଖଲ ପ୍ରକ୍ରିୟା : ଶେଷ ଦିନରେ ବେଲଗୁଣ୍ଠାରେ ପ୍ରାର୍ଥୀ ପତ୍ର ଦାଖଲ

ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ଆଜି ସାରାରାଜ୍ୟରେ ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ଶେଷ ହୋଇଛି ପ୍ରାର୍ଥୀ ପତ୍ର ଦାଖଲ I ପ୍ରାର୍ଥୀପତ୍ର ଦାଖଲ ସମୟରେ ରାଜ୍ୟର କିଛି ସ୍ଥାନରେ ଛୋଟ ବଡ଼ ହିଂସା କାଣ୍ଡ ଘଟିଥିଲେ ମଧ୍ୟ ବେଲଗୁଣ୍ଠା ବ୍ଳକ୍ ରେ ପାଞ୍ଚ ଦିନ ଧରି ଏହି ପ୍ରାର୍ଥୀ ପତ୍ର ଦାଖଲ ପ୍ରକ୍ରିୟା ଶୃଙ୍ଖଳିତ ଭାବେ ସମ୍ପନ୍ନ ହୋଇଛି I ଆଜି ପ୍ରାର୍ଥୀ ପତ୍ର ଦାଖଲ ପ୍ରକ୍ରି୍ୟାର ଶେଷ ଦିନରେ ବେଲଗୁଣ୍ଠା ବ୍ଳକ୍ ର 18 ଟି ପଞ୍ଚାୟତରୁ ୱାର୍ଡ୍ ସଭ୍ୟ, ସରପଞ୍ଚ ଏବଂ ସମିତି ସଭ୍ୟ ପାଇଁ ମୋଟ 163 ଟି ପ୍ରାର୍ଥୀପତ୍ର ଦାଖଲ ହୋଇଥିବା ଜଣା ପଡିଛି I ସେଥି ମଧ୍ୟରୁ ୱାର୍ଡ୍ ସଭ୍ୟ ପାଇଁ 124 ଜଣ ଏବଂ ସରପଞ୍ଚ ପଦବୀ ପାଇଁ 20 ଜଣ ପ୍ରାର୍ଥୀ ନିଜ ନିଜ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ସମିତି ସଭ୍ୟ ପଦବୀ ପାଇଁ 19 ଜଣ ପ୍ରାର୍ଥୀ ବେଲଗୁଣ୍ଠା ବ୍ଳକ୍ କାର୍ଯ୍ୟାଳୟରେ ନିର୍ବାଚନ ଅଧିକାରୀ ତଥା ବିଡ଼ିଓ ଶଶି ଭୂଷଣ ମହାପାତ୍ରଙ୍କ ନିକଟରେ କୋଭିଡ କଟକଣା ମଧ୍ୟରେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି I ଆଜି ମିଳିଥିବା ଖବର ପ୍ରକାରେ ବେଲଗୁଣ୍ଠା ବ୍ଳକ୍ ରେ ୱାର୍ଡ୍ ସଭ୍ୟ ପାଇଁ ମୋଟ 546 ଜଣ, 18 ଟି ସରପଞ୍ଚ ପଦବୀ ପାଇଁ ମୋଟ 65 ଜଣ ଏବଂ 18 ସମିତି ସଭ୍ୟ ପଦବୀ ପାଇଁ ମୋଟ 59 ଜଣ ନାମାଙ୍କନ ପତ୍ର ଦାଖଲ ହୋଇଛି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ