” ସରୋଦ ” ବନ୍ଦର ବ୍ୟବସ୍ଥାର ଶୁଭାରମ୍ଭ

ପାରାଦୀପ,(ପିତବାସ ପ୍ରଧାନ): କେନ୍ଦ୍ର ଜାହାଜ ଚଳାଚଳ ବିଭାଗ ପକ୍ଷରୁ ବନ୍ଦର ସଂକ୍ରାନ୍ତୀୟ ବିଭିନ୍ନ ବିବାଦର ସମାଧାନ ନିମନ୍ତେ ଏକ “ସରୋଦ” ବନ୍ଦର ସମିତି ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି । ନୂଆଦିଲ୍ଲୀ ଠାରେ ଆୟୋଜିତ ଏକ ବୈଠକରେ କେନ୍ଦ୍ର ମନ୍ତ୍ରୀ (ସ୍ବାଧୀନ) ମନସ୍ଥ ମାଣ୍ଡଭିୟା ଏହାର ଉଦଘାଟନ କରିଛନ୍ତି । ଏହି ଅବସରରେ ମନ୍ତ୍ରୀ ମାଣ୍ଡଭିୟା କହିଛନ୍ତି ଯେ ଏହି ବ୍ୟବସ୍ତା ଫଳରେ ବନ୍ଦର କ୍ଷେତ୍ରରେ ଏକ ପରିବର୍ତ୍ତନ ଆଣିବ ବନ୍ଦର ସେବା କ୍ଷେତ୍ରରେ ଆଶା, ବିଶ୍ୱାସ ଓ ନ୍ୟାୟ ବ୍ୟବସ୍ଥା ସଞ୍ଚାର କରିବ। ଆଇନଗତ ବ୍ୟୟ ଓ ସମୟକୁ ବଞ୍ଚାଇ ବିବାଦ ଗୁଡିକର ଉପଯୁକ୍ତ ନ୍ୟାୟପୂର୍ଣ ସମାଧାନ ହୋଇପାରିବ । “ସରୋଦ ” ବନ୍ଦର ବ୍ୟବସ୍ଥାରେ ଭାରତୀୟ ବନ୍ଦର ସଂଘ, ଭାରତୀୟ ବେସରକାରୀ ବନ୍ଦର ସଂଘ, ଟ୍ରର୍ମିନାଲ ସଂଘ ଭାବେର ରହିଛନ୍ତି ବୋଲି ପାରାଦୀପ ବନ୍ଦର ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ