ସର୍ବଭାରତୀୟ କିଶୋର ନାୟକ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ବନ୍ତ, (ଚାନ୍ଦିନୀ ମହାନ୍ତି):ଭଦ୍ରକ ଜିଲା ବନ୍ତ ବ୍ଲକ ପୁରୁଷୋତ୍ତମପୁରସ୍ଥିତ ନେତାଜୀ ମିନି ଷ୍ଟାଡିୟମ ଠାରେ ଶାନ୍ତି ୟୁଥ୍ ଆସୋସିଏସନ ଆନୁକୂଲ୍ୟରେ ୨୧ତମ ସର୍ବଭାରତୀୟ କିଶୋର ନାୟକ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ବନ୍ତ କପ୍ ସୋମବାର ଉଦ୍‌ଘାଟିତ ହୋଇଯାଇଛି । ଟୁର୍ଣ୍ଣାମେଣ୍ଟ କମିଟିର ସଭାପତି ଗୋବିନ୍ଦ ଚନ୍ଦ୍ର ବାରିକଙ୍କ ପୌରହିତ୍ୟ ତଥା ନାଟ୍ୟକାର ଡଃ.ସୁଧାଂଶୁ ନାୟକଙ୍କ ମଞ୍ଚ ପରିଚାଳନାରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ଅତିଥି ଭାବେ ରାଜ୍ୟ ବିଜେପି ସମ୍ପାଦକ ଅଭିମନ୍ୟୁ ସେଠୀ, ଭଦ୍ରକ ପୌରାଧ୍ୟକ୍ଷା ଗୁଲ୍‌ମକି ଦଲୱାଜି ହବିବ୍‌, ରାଜ୍ୟ ମହିଳା ବିଜେଡି ସମ୍ପାଦିକା ସୁଜାତା ଜେନା, ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ପଞ୍ଚାନନ ରାଉତ, ପୂର୍ବତନ ବିଧାୟକ ପଞ୍ଚାନନ ମଣ୍ଡଳ, ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ଶଙ୍କର୍ଷଣ ଜେନା, ଶିକ୍ଷାବିତ୍ ଗୋବିନ୍ଦ ଚନ୍ଦ୍ର ବାରିକ, କେନ୍ଦୁଝର ଜିଲା ଆମ୍ବେଦକର ଫାଉଣ୍ଡେସନର ସଭାପତି ସତ୍ୟବ୍ରତ ଜେନା ଯୋଗ ଦେଇଥିଲେ । ଉଦ୍‌ଘାଟନୀ ଉତ୍ସବର ପ୍ରଥମ ଲିଗ୍ ମ୍ୟାଚ୍ ରାଇଜିଂ ଷ୍ଟୁଡେଣ୍ଟ କଟକ ଓ ୟୁ ଏଣ୍ଡ ମି ବାଲେଶ୍ୱର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ରାଇଜିଂ ଷ୍ଟୁଡେଣ୍ଟ କଟକ ଟସ୍ ଜିତି ବ୍ୟାଟିଂ ଆରମ୍ଭ କରି ନିର୍ଦ୍ଧାରିତ ୨୦ ଓଭରରେ ୪ ଉଇକେଟ ହରାଇ ୧୮୯ ରନ୍ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ପ୍ରଦୀପ୍ତ ଦାସ ୬୩ ଓ ଜ୍ଞାନ ରାୟ ୩୮ ରନ୍ କରିଥିଲେ । ପ୍ରତିପକ୍ଷର ବୋଲର ଦେବାଶୀଷ ମହାନ୍ତି ୧ ଓ ସେକ୍ ଅସଲାମ ୧ ଉଇକେଟ ନେଇଥିଲେ । ଜବାବରେ ୟୂ ଏଣ୍ଡ ମି ବାଲେଶ୍ୱର ୧୯.୩ ଓଭରରେ ସମସ୍ତ ଉଇକେଟ ହରାଇ ୧୩୬ ରନ୍ କରି ପରାଜିତ ହୋଇଥିଲା । ଦଳ ପକ୍ଷରୁ ରୋନାଲ୍ଡ ଦାସ ୩୩ ଓ ଖଗେସ ମିଶ୍ର ୨୫ ରନ୍ କରିଥିଲେ । ପ୍ରତିପକ୍ଷର ବୋଲର ପ୍ରଜ୍ୱାଳ ଲାହା ୩ ଓ ପ୍ରଦୀପ୍ତ ଦାସ ୩ ଉଇକେଟ ନେଇଥିଲେ । ରାଇଜିଂ ଷ୍ଟୁଡେଣ୍ଟର ପ୍ରଦୀପ୍ତ ଦାସ ମ୍ୟାନ୍ ଅଫ ଦି ମ୍ୟାଚ୍ ହୋଇଥିଲେ । ଅମ୍ପାୟର ଭାବେ ଶାନ୍ତନୁ ରାଉତ, ସାର୍ଥକ ବିଶ୍ୱାଳ, ମ୍ୟାଚ୍ ରେଫରୀ ସୁଶାନ୍ତ ଜେନା, ଅନ୍‌ଲାଇନ୍ ସ୍କୋରର ସସ୍ମିତା ସାହୁ, ପତିତପାବନ ପଣ୍ଡା, ଭାଷ୍ୟକାର ସଞ୍ଜୟ ମଜୁମଦାର, ସେକ୍ ଆଜାରୁଦ୍ଦିନ୍ ଦାୟୀତ୍ୱ ତୁଲାଇଥିଲେ । ମ୍ୟାଚ୍ ପରିଚାଳନାରେ ମଳୟ ଜେନା, ସାଇପ୍ରସାଦ ସାହୁ, ପଞ୍ଚାନନ ଜେନା, ମୁକ୍ତିକାନ୍ତ ସାହୁ, ସଚିନ୍ ବିଶ୍ୱାଳ, ଭାଗିରଥି ନାୟକ, ଶ୍ରୀକାନ୍ତ ବିଶ୍ୱାଳ, ବିଶ୍ୱଜିତ୍ ନାୟକ ସହଯୋଗ କରିଥିଲେ । ପୁରସ୍କାର ବିତରଣୀ ଉତ୍ସବରେ ଆଇଆଇସି ଆଦିତ୍ୟ ପ୍ରସାଦ ଜେନା ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଟୁର୍ଣ୍ଣାମେଣ୍ଟର କମିଟିର ସୁବାଷ ବିଶ୍ୱାଳ, ରବିନ୍ଦ୍ର ବିଶ୍ୱାଳ, ଚିତ୍ତରଞ୍ଜନ ନାୟକ, ପୂର୍ଣ୍ଣ ଚନ୍ଦ୍ର ପୃଷ୍ଟି, ସଞ୍ଜୀବ ବେହେରା, ପଞ୍ଚାନନ ଜେନା, ଉମାକାନ୍ତ ନାୟକ, ଅରୁଣ ନାୟକ, ପଞ୍ଚାନନ ନାୟକ, ସେକ୍ ଜଲାଲଉଦ୍ଦୀନ, ଶୁଭେନ୍ଦୁ ମିଶ୍ର, ସେକ୍ ମୁସ୍ତାକ୍ ଅଲ୍ଲୀ, ସମାଜସେବୀ ସୁଧାଂଶୁ ନାୟକ, ବସନ୍ତ ବିଶ୍ୱାଳ, କୃପାସିନ୍ଧୁ ସେଠୀ, ପ୍ରଭାସ ସାହୁ, ସଞ୍ଜୀତ୍ ପଣ୍ଡା, କିଶୋର କିଙ୍କର ପଢିଆରୀ, ଦେବଦତ୍ତ ଜେନା, ଶ୍ରୀକାନ୍ତ ନାୟକ ଉପସ୍ଥିତ ଥିଲେ । ଆସନ୍ତାକାଲିର ୨ୟ ଲିଗ୍ ମ୍ୟାଚ୍ ୟୁନିୟନ ସ୍ପୋଟିଂ କଟକ ଓ ପ୍ରୋଗ୍ରେସିଭ୍ ଝାରସୁଗୁଡା ମଧ୍ୟରେ ଅନୁଷ୍ଠିତ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ