ସର୍ବଭାରତୀୟ ଘୋଷଦା ଚାମ୍ପିୟନ୍ସ ଟ୍ରଫି ରାଉରକେଲା ଇରଫାନ ଏକାଦଶ ଚାମ୍ପିଅନ

କରଞ୍ଜିଆ,(ଜିତେନ୍ଦ୍ର ରାଜ): କରଞ୍ଜିଆ ବ୍ଲକ ଅନ୍ତର୍ଗତ ଘୋଷଦା ଖେଳ ପଡିଆ ଠାରେ ଘୋଷଦା କ୍ରିକେଟ ଆସୋସିଏସନ ଆନୁକୂଲ୍ୟରେ ଚାଲିଥିବା ୪ର୍ଥ ସର୍ବଭାରତୀୟ ଘୋଷଦା ଚାମ୍ପିୟନ୍ସ ଟ୍ରଫି ଉଦଯାପିତ ହୋଇଯାଇଛି ଟୁର୍ନାମେଣ୍ଟରେ ରାଜ୍ୟ ତଥା ରାଜ୍ୟ ବାହାରୁ ୧୬ ଟିମ ଅଂଶ ଗ୍ରହଣ କରିଥିଲେ ହଜାର ହଜାର ଦର୍ଶକଙ୍କ ଉପସ୍ଥିତିରେ ଅନୁଷ୍ଠିତ ଫାଇନାଲ ମ୍ୟାଚ ରାଉରକେଲାର ଇରଫାନ ଏକାଦଶ ଏବଂ ମୟୁରଭଞ୍ଜ ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ପ୍ରଥମେ ବ୍ୟାଟିଂ କରି ମୟୁରଭଞ୍ଜ ଦଳ ନିର୍ଦ୍ଧାରିତ ୧୫ ଓଭରରେ ୧୧୮ ରନ ସଂଗ୍ରହ କରି ବିପକ୍ଷ ରାଉରକେଲା ଦଳକୁ ୧୧୯ ରନର ଟାର୍ଗେଟ ଦେଇଥିଲା, ଜବାବରେ ରାଉରକେଲା ଦଳ ନିର୍ଦ୍ଧାରିତ ୧୧୯ ରନ ପୂରଣ କରି ବିଜୟୀ ହୋଇଥିଲା ଏହି ମ୍ୟାଚରେ ବିଜୟୀ ହୋଇ ଇରଫାନ ଏକାଦଶ ଚମ୍ପିୟାନ ହୋଇଥିବା ବେଳେ ମୟୁରଭଞ୍ଜ ଦଳ ରନର୍ସଅପ ହୋଇଥିଲା ଘୋଷଦା କ୍ରିକେଟ ଆସୋସିଏର ସଭାପତି ତାପସ ବାରିକଙ୍କ ସଭାପତିତ୍ୱରେ ଆୟୋଜିତ ଫାଇନାଲ ମ୍ୟାଚରେ ମୁଖ୍ୟଅତିଥି ରୂପେ କରଞ୍ଜିଆ ବିଧାୟକ ପଦ୍ମଚରଣ ହାଇବ୍ରୁ, ବିଶେଷ ଆକର୍ଷଣ ଚଳଚିତ୍ର ଅଭିନେତ୍ରୀ ସୁପ୍ରିୟା ନାୟକ ଓ ଧାରାବାହିକ ଖଳନାୟକ ଶ୍ରୀଧର ମହାନ୍ତ, ବିଜେପି ନେତା ମହେଶ୍ୱର ସାହା, ସାଂସଦଙ୍କ ପ୍ରତିନିଧି ଉମେଶ ଚନ୍ଦ୍ର ବେହେରା, ସମାଜସେବୀ ଡକ ହେସା, ବିଜେପି ନେତ୍ରୀ ପୁଷ୍ପାଞ୍ଜଳି ସିଂଦୁ, ଯୁବ ବ୍ୟବସାୟୀ ଏମଡି ନାଶିର ପ୍ରମୁଖ ଯୋଗଦେଇଥିଲେ ମୁଖ୍ୟଅତିଥି ଓ ଚଳଚିତ୍ର ଅଭିନେତ୍ରୀଙ୍କ ଦ୍ୱାରା ବିଜେତା ଦଳକୁ ଟ୍ରଫି ସହିତ ୧ଲକ୍ଷ ପଚାଶ ହଜାର ଟଙ୍କାର ଚେକ ଓ ଉପବିଜେତା ଦଳକୁ ଟ୍ରଫି ସହିତ ୧ଲକ୍ଷ ଟଙ୍କାର ଚେକ ପ୍ରଦାନ କରାଯାଇଥିଲା ଅନ୍ୟ ଅତିଥି ମାନଙ୍କ ଦ୍ୱାରା ମ୍ୟାନ ଅଫ ଦି ସିରିଜ, ମ୍ୟାନ ଅଫ ଦି ମ୍ୟାଚ, ବେଷ୍ଟ ବୋଲର ସହିତ ଅନ୍ୟାନ୍ୟ ପୁରସ୍କାର ପ୍ରଦାନ କରାଯାଇଥିଲା ଅତିଥି ମାନେ ଘୋଷଦା କ୍ରିକେଟ ଆସୋସିଏସନକୁ ଏଭଳି ବିଶାଳ ଟୁର୍ନାମେଣ୍ଟ ଆୟୋଜନ ନିମନ୍ତେ ସମସ୍ତ କାର୍ଯ୍ୟକର୍ତା ଓ ସଦସ୍ୟଙ୍କୁ ସାଧୁବାଦ ଜଣାଇଥିଲେ ମ୍ୟାଚରେ ଅମ୍ପାୟାର ଭାବେ ଅସିତ ଦାସ ଓ ଅଶୋକ ରାଉତ ସ୍କୋରର ଭାବେ ସୋମେଶ ଦାସ ଦାୟିତ୍ୱ ତୁଲାଇଥିଲେ ଭାଷ୍ୟକାର ଭାବେ ମିଷ୍ଟର ଅରବିନ୍ଦ ଓ ମିଷ୍ଟର ରାକେଶ ଦାୟିତ୍ୱ ତୁଲାଇଥିଲେ ଟୁର୍ନାମେଣ୍ଟକୁ ସଫଳ ଓ ଆୟୋଜନ ର ଶ୍ରେୟ ସହଯୋଗ କରିଥିବା ସମସ୍ତ ସଦସ୍ୟ, ସହଯୋଗୀ ଓ ଗ୍ରାମବାସୀଙ୍କୁ ସଭାପତି ତାପସ ବାରିକ ପ୍ରଦାନ କରିଥିଲେ ମ୍ୟାଚ ଦେଖିବାକୁ ପଡିଆରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ